ମୁମ୍ବାଇ (ଏଟିଆର ବ୍ୟୁରୋ): ଗତ କିଛି ଦିନ ପୂର୍ବରୁ ବଲିଉଡ ଫିଲ୍ମ ‘ମହାଭାରତ’ର ବଜେଟକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ପୁଣିଥରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି । ପ୍ରକୃତରେ ଅମୀର ଖାଁଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟରେ ସଲମାନ୍ ଖାନ୍ କୃଷ୍ଣ ଭୂମିକାରେ ଏବଂ ଅମୀର କର୍ଣ୍ଣ ଚରିତ୍ରରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି ।
ଫିଲ୍ମକୁ ନେଇ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ଘୋଷଣା କରା ଯାଇ ନାହିଁ । କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଦ୍ରୌପଦୀଙ୍କ ହିସାବରେ ପ୍ରସ୍ତୁତ କରାଯାଉଛି । ଏଥିରେ ଦ୍ରୌପଦୀ ଚରିତ୍ରରେ ଦୀପିକା ପାଦୁକୋନ ନଜର ଆସି ପାରନ୍ତି ।
ଖବରମୁତାବକ,ଅମୀର ଖାଁଙ୍କ ଏହି ଫିଲ୍ମଟିକୁ ୩ଟି ଭାଗରେ ଦେଖିବାକୁ ପାଇବେ ଦର୍ଶକ । ଏହାର ସୁଟିଂ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ । ବର୍ତ୍ତମାନ ଅମୀର ନିର୍ଦ୍ଦେଶକ ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ଫିଲ୍ମ ‘ଠଗସ୍ ଅଫ ହିନ୍ଦୁସ୍ତାନ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।