ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବଢୁଥିବା ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ସବୁ ବେଳେ ଘେରି ଆସୁଛନ୍ତି । ତେବେ ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ସହ ସରକାରୀ ବାବୁ ମାନେ ଯେପରି ନିଜ କାମକୁ ସୁଚାରୂପେ ସମ୍ପାଦନ କରିବେ ସେଥିପାଇଁ ରାଜ୍ୟ ସରକାର ସବୁ ବେଳେ ପ୍ରଚେଷ୍ଠା କରି ଆସୁଛନ୍ତି ।ଏହିକ୍ରମରେ ରାଜ୍ୟ ସରକାର ଗତକାଲି କୋରାପୁଟର ତତକାଳୀନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଆଜି ଆଉ ଜଣେ ସରକାରୀ ବାବୁଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି ।
ସୂଚନାନୁଯାୟୀ, ରାଜ୍ୟସରକାର ରାୟଗଡା ଡେପୁଟି କଲେକ୍ଟରଙ୍କୁ ନିଲମ୍ବିତ କରିଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ ପରେ ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ରାୟଗଡ଼ା ନ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଆକ୍ସନ ମୁଡରେ ରାଜ୍ୟ ସରକାର , ପୁଣି କାର୍ଯ୍ୟ ଅବହେଳା ପାଇଁ ନିଲମ୍ବିତ ହେଲେ ସରକାରୀ ବାବୁ
Tags #AtrNews #Odisha