ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶରେ ପ୍ରଥମ ଥର ପାଇଁ ପରିମଳ କର୍ମଚାରୀମାନଙ୍କ ପାଇଁ ଆସିଲା ଏକ ଯୋଜନା । ଉପକୃତ ହେବ ଓଠିଶାର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟରତ ସଫେଇ କର୍ମଚାରୀ । ଆଜି ରାଜ୍ୟ ସରକାର ମୂଳ ପରିମଳ କର୍ମଚାରୀଙ୍କୁ ଆର୍ଥିକ ଓ ସାମାଜିକ ଭାବେ ମଜବୁତ ଦେବ ‘ଗରିମା’ ନାମକ ଏକ ନୂଆ ଯୋଜନା ଆଣିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ପ୍ରଥମ ପର୍ଯ୍ୟୟରେ ଏହି ଯୋଜନାରେ ରାଜ୍ୟର ସମସ୍ତ ୧୧୪ଟି ପୌରସଂସ୍ଥାର ୨୦ ହଜାର ସଫେଇ କର୍ମଚାରୀ ଉପକୃତ ହେବେ । କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସେମାନଙ୍କ ପିଲାମାନଙ୍କର ପାଠ ପଢା ଖର୍ଚ୍ଚ ସବୁ କିଛି ଏଥିରେ ଅନ୍ତଭୁକ୍ତ ରହିଛି । ଏଥିପାଇଁ ପ୍ରାଥମିକ ଭାବେ ୫୦କୋଟି ଟଙ୍କା କର୍ପସ ପାଣ୍ଠି ସମେତ ସଫେଇ କର୍ମଚାରୀଙ୍କ ନିମନ୍ତେ ରାଜ୍ୟ କମିଶନ ଗଠନ କରାଯିବ । ସେପଟିକ ଟାଙ୍କି ଓ ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରୁ ମଇଳା କାଢୁଥିବା ସଫେଇ କର୍ମଚାରୀମାନେ ଏହି ଯୋଜନା ଦ୍ୱାରା ଉପକୃତ ହେବେ ।
ଏହି ଯୋଜନାରେ ପ୍ରତି କର୍ମଚାରୀଙ୍କ ଘର, ବାଇକ ପାଇଁ ୯୦ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହା ସହ ସ୍ୱାସ୍ଥ୍ୟ ବୀମା ଓ ମାଗଣା ମୋବାଇଲ ଯୋଗାଇ ଦିଆଯିବ। ସବୁଠୁ ବଡ କଥା କର୍ମଚାରୀଙ୍କ ସନ୍ତାନ ମାନଙ୍କ ପାଇଁ ପିଜି ପର୍ୟ୍ୟନ୍ତ ମାଗଣା ଶିକ୍ଷାଦାନ ସହ ହଷ୍ଟେଲରେ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଏହି ପଦକ୍ଷେପରେ ଅର୍ଥାଭାବ କାରଣରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ପରିମଳ କର୍ମଚାରୀଙ୍କ ସନ୍ତାନ ଏବେ ମାଗଣାରେ ଶିକ୍ଷାଦାନ ମିଳିବ। ତେବେ ଆଗକୁ ପୌର ନିର୍ବାଚନ ଆସୁଥିବାରୁ ଏହା ପରିମଳ କର୍ମଚାରୀମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ସରକାରଙ୍କର ଏହା ଏକ ଯୋଜନା ଚର୍ଚ୍ଚା ଜୋର ଧରିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024