ବାଲେଶ୍ୱର (ଏଟିଆର ବ୍ୟୁରୋ): ଜଳ,ସ୍ଥଳ ଓ ଆକଶରୁ ଶତୃପକ୍ଷରୁ ବିମାନକୁ ଲକ୍ଷ ଭେଦ କରି ପାରୁଥିବା ଭାରତ ଓ ଋଷର ଜ୍ଞାନକୌଶଳରେ ଆଜି ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।
ପୂର୍ବାହ୍ନ ୧୦.୪୦ ବେଳେ ଓଡିଶାର ଚାନ୍ଦିପୁରଠାରେ ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ଏହା ହେଉଛି ଭାରତର ପ୍ରଥମ କ୍ଷେପଣାସ୍ତ୍ର ଯାହାର ସମୟ ସୀମା ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ରକ୍ଷାମନ୍ତ୍ରୀ ନିର୍ମଳ ସୀତା ରମଣ ଟ୍ୱିଟ କରି କହିଛନ୍ତି ଯେ, ଭାରତରେ ପ୍ରଥମ ଥର ପାଇଁ ଏଭଳି କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଥିବାରୁ ବ୍ରହ୍ମୋସ ଦଳର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି ।
ସେ ଆହୁରି ମଧ୍ୟ କହିଛିନ୍ତି କି ଏହି ସଫଳ ପରୀକ୍ଷଣର ପରିଣାମ ସ୍ୱରୂପ ଭାରତୀୟ ଶସସ୍ତ୍ରକାରୀଙ୍କ ଅନୁସାରେ ଆୟୋଜିତ କ୍ଷେପଣାସ୍ତ୍ରର ପ୍ରତିସ୍ଥାପନ ମୂଲ୍ୟ ଆକଳନ କରି ହେବନି ।
ଇତି ମଧ୍ୟରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଭାରତୀୟ ସେନାବାହିନୀରେ ସାମିଲ କରାଯାଇଥିବା ବେଳେ ଏହାର ଅତ୍ୟାଧୁନିକ ପରୀକ୍ଷଣ ଆଜି ସଫଳ ହୋଇଛି ।
ଏହାପୂର୍ବରୁ ୨୦୦୭ରେ ଭାରତୀୟ ସେନା ଦ୍ୱାରା ଲ୍ୟାଣ୍ଡ ବିଷ୍ଫୋରଣର ସଂସ୍କରଣକୁ କାର୍ଯ୍ୟକାରୀ କରାଯାଇଥିଲା ।