ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମହାମାରି ଯୋଗୁଁ ଏଥରକ ପୂଜା ପେଣ୍ଡାଲମାନଙ୍କରେ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିବ ନାହିଁ । ଅନଲାଇନ୍ ଯୋଗେ ଭକ୍ତଙ୍କୁ ଦର୍ଶନ ଦେବେ ଗଣପତି । ଅଧିକତମ ପୂଜା ପେଣ୍ଡାଲ ପକ୍ଷରୁ ଜୁମ୍, ଫେସବୁକ୍ ଏବଂ ଗୁଗଲ ଜରିଆରେ ଗଣପତିଙ୍କ ଦର୍ଶନ ଏବଂ ପୂଜା ର ଅନଲାଇନ୍ ବ୍ୟବସ୍ଥା କରାଯାଇଛି ।
ମହାରାଷ୍ଟ୍ରର ସବୁଠାରୁ ବଡ ପର୍ବରେ ସାମିଲ ଗଣପତି ଉତ୍ସବ , ଦିଲ୍ଲୀରେ ବି ଖୁବ୍ ଧୁମ୍ ଧାମ୍ ରେ ପାଳିତ କରାଯାଏ । ଗଣେଶ ଚତୁର୍ଥିରେ ଆରମ୍ଭ ହୋଇଥିବା ଏହି ପର୍ବ ଦଶ ଦିନ ଯାକ ପାଳିତ ହୋଇଥାଏ । ଏହି ଅବସରରେ ଲୋକେ ଘର , ମନ୍ଦିର ଏବଂ ପେଣ୍ଡାଲରେ ଗଣପତି ସ୍ଥାପନା କରି ଧୁମଧାମ ରେ ଉତ୍ସବ ପାଳନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ କରାଯିବ ।
ଦିଲ୍ଲୀର ସବୁଠାରୁ ପୁରାତନ ମଣ୍ଡଳ ମଧ୍ୟରୁ ଅଳକାନନ୍ଦାର ମରାଠି ମନ୍ତ୍ରୀ ମଣ୍ଡଳ ପକ୍ଷରୁ ଫେସବୁକ ଜରିଆରେ ଆଳତୀ ଏବଂ ଦର୍ଶନର ବ୍ୟବସ୍ଥା କରାଯାଇଛି । ସମିତିର ସଦସ୍ୟ ନିବେଦିତା ପାଣ୍ଡେ କହିଛନ୍ତି କି, ଗତ ୩୫ ବର୍ଷରେ ପ୍ରଥମ ଥର ଆମେ ଦେଢ ଦିନ ପାଇଁ ଗଣପତି ବପ୍ପାଙ୍କୁ ଆଣୁଛୁ । କରୋନା କାଳରେ ସମାରୋହ ଆୟୋଜନ କରିବା ବହୁତ କଷ୍ଟକର, କିନ୍ତୁ ପରମ୍ପରା ଭାଙ୍ଗିବା ଅଶୁଭ ।
ଗୁରୁଗ୍ରାମର ସାର୍ବଜନିକ ସମିତି ପକ୍ଷରୁ କୁହାଯାଇଛି କି,ଆମେ ଏକ ସପ୍ତାହ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଅନଲାଇନ୍ ରେ କରିବୁ । ଏହାସହିତ ଯେଉଁ ସ୍ଥାନରେ ମୂର୍ତ୍ତି ସ୍ଥାପନା କରାଯିବ ତାର ସ୍ଥାନ ମଧ୍ୟ ଆମେ କାହାରିକୁ କହିନାହୁଁ ।
ମହାରାଷ୍ଟ୍ର ସଦନର ସମ୍ପର୍କ ଅଧିକାରୀ ପ୍ରମୋଦ କୋଲାପ୍ତେ କହିଛନ୍ତି କି, ମୂର୍ତ୍ତୀ ଆମର ଦୁଇ ଫୁଟର ରହିବ । ସକାଳ ଏବଂ ସନ୍ଧ୍ୟା ଅଳତୀ କରାଯିବ । ଖୁବ୍ କମ ସଂଖ୍ୟକ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ପ୍ରବେଶ ଦ୍ୱାରରେ ଶ୍ରଦ୍ଧାଳୁଙ୍କ ସ୍କ୍ରିନିଂ କରାଯିବ ଏବଂ ସମସ୍ତେ ସାନିଟାଇଜ ହୋଇ ଭିତରକୁ ଯିବେ ।