ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ଚୀନ ମଧ୍ୟରେ ପୂର୍ବ ଲଦାଖ ସୀମାରେ ଲାଗିଥିବା ବିବାଦ ମଧ୍ୟରେ ଚୀନ୍ କୁ ଗୋଟେ ପରେ ଗୋଟେ ଝଟକା ଦେଉଛି ଭାରତ । ଏବେ ପୁଣି ଭାରତୀୟ ରେଲୱେ ପକ୍ଷରୁ ୪୪ ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ର ନିର୍ମାଣ ଟେଣ୍ଡରକୁ ରଦ୍ଦ କରାଯାଇଛି । ଏନେଇ ରେଲୱେ ମନ୍ତ୍ରାଳୟ କହିଛି କି ଗୋଟେ ସପ୍ତାହ ଭିତରେ ନୂଆ ଟେଣ୍ଡର ଜାରି କରାଯିବ । ଏଥିରେ କେନ୍ଦ୍ର ସରକାରଙ୍କ ମେକ୍ ଇଣ୍ଡିଆକୁ ଅଧିକ ଗୁରୁତ୍ୱ ଦିଆଯିବ ।
ଭାରତ ସରକାରଙ୍କ ପକ୍ଷରୁ ଏହି ଟେଣ୍ଡର ରଦ୍ଦ କରିବାର ପଦକ୍ଷେପ ଚୀନ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି । କାରଣ ୪୪ ହାଇସ୍ପିଡ ଟ୍ରେନ ନିର୍ମାଣ ପାଇଁ ୬ଟି ବଡ ବଡ କମ୍ପାନୀ ମଧ୍ୟରେ ଚୀନ ସଂଯୁକ୍ତ ସିଆରଆରସି ପାୟନିୟର ଇଲେକ୍ଟ୍ରିକ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ଏକମାତ୍ର ବିଦେଶୀ କମ୍ପାନୀ ସାମିଲ ଥିଲା । ସିଆରଆରସି ପାୟନିୟମ ଇଲେକ୍ଟ୍ରିକ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ୨୦୧୫ ମସିହାରେ ଚୀନ ର ସିଆରଆରସି ୟାନ୍ଗେଜୀ ଇଲେକ୍ଟ୍ରିକ କମ୍ପାନୀ ଲିମିଟେଡ ଏବଂ ଗୁରୁଗ୍ରାମ ସ୍ଥିତ ପାୟନିୟର ଫେଲ-ମେଡ ପ୍ରାଇଭେଟ ମିଳିତ ଭାବେ ଭାରତରେ କାମ କରିଥାନ୍ତି ।
୧୬ କୋଚ ୪୪ ଟ୍ରେନ ପାଇଁ ସମସ୍ତ ଇଲେକ୍ଟ୍ରିକ ସରଞ୍ଜାମ ଯୋଗାଇ ଦେବାକୁ ମୋଟ ୬ ଟି କମ୍ପାନୀ ଟେଣ୍ଡରରେ ଲାଗିଥିଲା ।