କଟକ (ଏଟିଆର ବ୍ୟୁରୋ): ପୂଜା କମିଟ ପକ୍ଷରୁ ସାରଦୀୟ ଦୁର୍ଗା ପୂଜା ପାଳନ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟ କରାଯାଇଛି । କଟକରେ ଦୁର୍ଗା ପୂଜା ପାଳନ କରିବା ପାଇଁ ଏହି ଜନସ୍ୱାର୍ଥ ମାମଲା ଦାଏର କରିଛି କଟକ ବାଲୁବଜାର ପୂଜା କମିଟି । ପୂଜା କିମିଟି ପକ୍ଷରୁ ଦାଏର କରାଯାଇ ଥିବା ମାମଲାରେ କୁହାଯାଇଛି ଯେପରି ପୁରୀରେ ରଥଯାତ୍ରା ପାଳନ କରାଯାଇଥିଲା ଠିକ ସେହିପରି ଦୁର୍ଗା ପୂଜା ପାଳନ କରିବା ପାଇଁ ଅନୁମୋତି ପ୍ରଦାନ କରାଯାଉ ବୋଲି ଅନୁରୋଧ କରାଯାଇଛି । ଆବେଦନ ଦର୍ଶା ଯାଇଛି ଯେ କୋଭିଡ ଗାଇଡ ଲାଇନ ଆଧାରରେ ପୂଜା କରିବାର ଅନୁମତି ଦେବାକୁ ଅନୁରୋଧ କରାଯାଇଛି ।
କରୋନା ଆକ୍ରାନ୍ତଙ୍କ ସଂଖ୍ୟ।। ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହିଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଦୃଷ୍ଟାନ୍ତ ମୂଳକ ପଦକ୍ଷେପମାନ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାର ମାର୍ଚ୍ଚ ମାସରୁ କରୋନା ପାଇଁ ଦେଶରେ ଲକ ଡାଉନ ଲାଗୁ କରିଥିବା ବେଳେ ବିଭିନ୍ନ ଧାର୍ମୀକ ଅନୁଷ୍ଠାନ ବନ୍ଦ କରିବା ନିର୍ଦ୍ଦେଶ ଦେଇଥିଲେ । ଏଥିସହ ପାଇଁ ବିଗତ ପାଞ୍ଚ ମାସ ହେବ ରାଜ୍ୟରେ ବିଭିନ୍ନ ଧାର୍ମୀୟ ଅନୁଷ୍ଠାନ ବନ୍ଦ ରହିବା ସହ ବିଭିନ୍ନ ପୂଜା ମଧ୍ୟ ବନ୍ଦ ରହିଛି । ତେବେ ଗତ ଶନିବାର ଦିନ ଗଣେଶ ପୂଜା ପାଳନ ହୋଇଥିବା ବେଳେ ପୂଜାକୁ ବିଭିନ୍ନ ମଣ୍ଡପରେ ପାଳନ ନକରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି କରାଯାଇଥିଲା ।
ଗଣେଶ ପୂଜା ଆୟୋଜନକୁ ଅନୁମତି ଦେବା ପାଇଁ ମଧ୍ୟ ବୁଢା ଗଣେଶ ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା ଓଡ଼ିଶା ହାଇକୋର୍ଟ ଏହି ଆବେଦନର ଶୁଣାଣି କରି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଉପରେ ନିଷ୍ପତି ଛାଡିଥିଲେ । କରୋନାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ନିଷ୍ପତି ଗ୍ରହଣ କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ କଟକ ଡିସିପିଙ୍କ ପକ୍ଷରୁ ଗଣେଶ ପୂଜା ହୋଇପାରିବ ନାହିଁ ବୋଲି ମନା କରାଯାଇଥିଲା । ଯାହାପରେ ଲୋକମାନେ ମଣ୍ଡପ ଗୁଡିକରେ ପୂଜା ମଧ୍ୟ ବନ୍ଦ ରଖିଲେ । ତେବେ ଆଗକୁ ସାରଦୀୟ ଦୁର୍ଗା ପୂଜା ଆସୁଥିବାରୁ ଏହାକୁ ପାଳନ କରିବା ପାଇଁ ଅନୁମତି ଦେବା ପାଇଁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ।
କଟକରେ ଦୁର୍ଗାପୂଜା ପାଳନ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
Tags #AtrNews#Odisha