ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ୧୪ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହି ସଂଖ୍ୟା ମିଶିବା ପରେ ରାଜ୍ୟରେ କରାନା ଜନିତ ମୃତ୍ୟୁ ସଂଖ୍ୟା ୪୭୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ୧୪ ମୃତକଙ୍କ ମଧ୍ୟରୁ ବାଲେଶ୍ୱର, କଟକ, ଜଗତସିଂପୁର, ଖୋର୍ଦ୍ଧା, ମାଲକାନଗିରି ଜିଲ୍ଲାରୁ ୨ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ସେହିଭଳି ବରଗଡ , ଯାଜପୁର, ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଆଜି ରାଜ୍ୟରେ ନୂତନଭାବେ ୩୨୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ମିଶିବା ପରେ ରାଜ୍ୟରେ ୯୭୯୨୦ ରେ ପହଞ୍ଚିଛି । ଆଜି ଚିହ୍ନଟଙ୍କ ମଧ୍ୟରେ ୧୯୮୭ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୧୨୬୫ ଜଣ ସ୍ଥାୀୟ ବାସିନ୍ଦା ରହିଛନ୍ତି । ଏବେ ରାଜ୍ୟରେ ୨୯୫୭୧ ଟି ଆକ୍ଟିଭ କେସ ରହିଥିବା ବେଳେ ୬୭୮୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।