ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ସେପ୍ଟେମ୍ବର ମାସରେ ଏପ୍ରିଲ ମାସ ପରି ଅସହ୍ୟ କରା ହେଉଛି । ଦିନ ୧୧ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ସେପଟେ ନିଅଣ୍ଟିଆ ବର୍ଷା ମଧ୍ୟ ଚାଷ ପାଇଁ କାଳ ହେଉଛି । ବର୍ଷାର ଅନୀୟ ମିତତା ପାଇଁ ଚାଷୀ କୂଳ ଏବେ ଚିନ୍ତାରେ ।
ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୧୩ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ଓଡିଶାରେ ୧୩ ତାରିଖ ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇପାରେ ।
ସେହିଭଳି ଆଜି ରାଜ୍ୟର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ୯ ତାରିଖ ବେଳକୁ ମଧ୍ୟ ଉତ୍ତର ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୨ ତାରିଖ ବେଳକୁ ଲଗୁଚାପ ପ୍ରଭାବରେ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଅଧିକ ମାତ୍ରାରେ ବର୍ଷା ହୋଇପାରେ । ଏହା ବ୍ୟତୀତ ଅନ୍ୟ ଜିଲ୍ଲା ଗୁଡିକରେ ପାଗ କୋହଲା ରହିପାରେ ।