କନ୍ଧମାଳ,(ଏଟିଆର ବ୍ୟୁରୋ): କନ୍ଧମାଳ ଏନକାଉଣ୍ଟର ପ୍ରତିବାଦରେ ତାତି ଉଠିଛନ୍ତି ମାଓବାଦୀ । ଦେଇଛନ୍ତି ବନ୍ଦ ଡାକରା । ଏକକାଳୀନ ୪ଟି ଜିଲ୍ଲାରେ ମାଓବାଦୀ ବନ୍ଦ ଡାକରା ଦେଇଥିବା ସୂଚନା ମିଳିଛି । କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ ଜିଲ୍ଲାକୁ ଟାର୍ଗେଟ କରାଯାଇଛି । ବନ୍ଦପାଳନ ନେଇ ବିଭିନ୍ନ ସ୍ଥାନରେ ମାଓପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।
ଏନକାଉଣ୍ଟରରେ ୫ଜଣ ମାଓବାଦୀଙ୍କ ମୃତ୍ୟୁ ନେଇ ଏହି ଡାକରା ଦେଇଛି ଲାଲବାହିନୀ । ଗତ ୧୨/୧୩ରେ ପୁଲିସ ଅଚାନକ କୁମ୍ବିଂ ଅପରେସନ କରିଥିଲା । ସୁଡୁକକୁମ୍ପା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ୫ମାଓବାଦୀ ଟଳିପଡିଥିଲେ । ସେପଟେ ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମାଓବାଦୀ ତଥାପି ବହୁ ସ୍ଥାନ ଅବରୋଧ କରିଥିବା ଜଣାପଡିଛି ।