ଭୁବନେଶ୍ୱର (ଏଯିଆର ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ମହାମାରୀର ସଂକ୍ରମଣକୁ ରୋକିବା ସହ ସଠିକ ସମୟରେ ସଂକ୍ରମିତ ଚିହ୍ନଟ ହେବା ପାଇଁ କରୋନା ପରୀକ୍ଷାକୁ ଅଧିକ ପରିମାଣରେ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିକ୍ରମରେ ରାଜ୍ୟରେ ପ୍ରତିଦିନ ହଜାର ହଜାର କରୋନା ପରୀକ୍ଷା କରାଯିବା ସହ ସଂକ୍ରମିତକୁ ମଧ୍ୟ ଚିହ୍ନଟ କରାଯାଉଛି । ତେବେ ରାଜ୍ୟରେ ଆଜି ଦିନକ ମଧ୍ୟରେ ୫୧ ହଜାରରୁ ଅଧିକ କରୋନା ପରୀକ୍ଷା କରାଯାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ୫୧ହଜାର ୮୨୪ଜଣଙ୍କର କରୋନା ନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ ୪୨ହଜାର ୩୬୬ଟି ଆଣ୍ଟିଜେନରେ ପରୀକ୍ଷା କରାଯାଇଥିବା ବେଳେ ୯୩୫୨ଟି ଆରଟିପିସିଆର ଓ୧୦୬ଟି ଟରୁନଟ ପରୀକ୍ଷା କରାଯାଇଛି ।