ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରିଲିଆନ୍ସ ଜିଓର ୫୦୯ ପ୍ରିପେଡ ପ୍ଲାନକୁ ଟକ୍କର ଦେବା ପାଇଁ ଏୟାରଟେଲ ତାର ଏକ ନୂଆ ପ୍ଲାନ ଲଞ୍ଚ କରିଛି । ଏୟାରଟେଲ ୫୫୮ଟଙ୍କାର ଏକ ପ୍ଲାନ ଜାରି କରିଛି । ଯାହାଦ୍ୱାରା ଗ୍ରାହାକଙ୍କୁ ପ୍ରତିଦିନ ୩ ଜିବି ଡାଟା ମିଳିବ । ଏହି ପ୍ଲାନର ବୈଧତା ୮୨ ଦିନ ପର୍ଯ୍ୟନ୍ତ ରହିଛି । ଏହା ସହିତ ଅନେକ ଅଫର ମଧ୍ୟ ରହିଛି ।
ଯଦି ଆପଣ ଏୟାରଟେଲର ଏହି ଅଫର ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ରିଚାର୍ଯ୍ୟ କରନ୍ତୁ ଏୟାରଟେଲର ନୂଆ ପ୍ଲାନ ୫୫୮ । ଏହାଦ୍ୱାରା ଆପଣଙ୍କୁ ପ୍ରତିଦିନ ୩ ଜିବି ଡାଟା ମିଳିବା ସହ ଦିନକୁ ୧୦୦ ମେସେଜ ଏବଂ ସମସ୍ତ ଲୋକାଲ ଏବଂ ଏସଟିଡି କଲ୍ ମଧ୍ୟ କରିପାରିବେ ।