ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରାଜ୍ୟ ସଭାରେ ୮୩ ଜଣ ଅଧିକାରୀଙ୍କୁ କରୋନା ହୋଇଥିବା ସୂଚନା ରହିଛିି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ପରସ୍ଥିତି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ଆଠ ଦିନ ପାଇଁ ରାଜ୍ୟ ସଭାକୁ ବନ୍ଦ ଘୋଷଣା କରାଯାଇଛି । ତେବେ ଖାଲି ଅଧିକାରୀ ନୁହଁନ୍ତି କେତେକ ମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଦେସଟେ ଦେଶ କଥା ଯଦି ଦେଖିବା ଦେଶରେ ମଧ୍ୟ କରୋନା ହୁ ହୁ ହୋଇ ବୃଦ୍ଧି ପାଉଛି । ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୮ ଲକ୍ଷ ଅତିକ୍ରମ କରିଛି ।
ସେହିଭଳି ଗତ ୨୪ ଘଣ୍ଟାର କଥା ଯଦି ଦେଖିବା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୬ ହଜାର ୫୨ ଟି ନୂତନ ମାମଲା ସାମ୍ନାକୁ ଆସିଛି । ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୨ ହଜାର ୨୯୦ରେ ପହଞ୍ଚିଛି । ସେହିଭଳି ଆରୋଗ୍ୟଙ୍କ କଥା ଯଦି ଦେଖିବା ଦେଶରେ ୪୭ ଲକ୍ଷ ୫୬ ହଜାର ୧୬୫ ଜଣ ସୁସ୍ଥ ହୋଇ ସାରିଲେଣି ।