ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆସନ୍ତା ୨୮ ତାରିଖ ଯାଏଁ ଜାରି ରହିବ କାଳବୈଶାଖୀ । ଏହାର ପ୍ରଭାବରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ୫୦ରୁ ୬୦ କିମି ବେଗରେ ପବନ ବହିବ । ୨୯ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ କାଳବୈଶାଖୀ ତାଣ୍ଡବ ରଚିବାରେ ବୋଲି ଆଶଙ୍କା କରାଯାଉଛି । ଏଭଳି ଅନୁମାନ ଲଗାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିସହ କେତେକ ଜିଲ୍ଲାରେ ସର୍ତକ ସୂଚନା ମଧ୍ୟ ଜାରି କରିଛି ।
ସର୍ତକ ଘଣ୍ଟି ଥିବା ଜିଲ୍ଲା ମଧ୍ୟରେ ରହିଛି ଗଞ୍ଜାମ, ଗଜପତୀ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ । ବୁଧବାର କାଳବୈଶାଖୀ ତାଣ୍ଡବ ରଚିଥିଲା । ତେବେ ୧୨ ଘଣ୍ଟା ମଧ୍ୟରେ କୌଣସି ସ୍ଥାନରେ ବର୍ଷା ହୋଇନଥିବା ସୂଚନା ମିଳିଛି । ପଶ୍ଚିମ ଓଡିଶାରେ ବି ତାତି ଏବେ ସାମାନ୍ୟ କମିଥିବା ଜଣାପଡିଛି ।
୫ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ଥିବା ବେଳେ ବଲାଙ୍ଗିରରେ ସର୍ବାଧିକ ୪୦.୮ ରେକର୍ଡ କରାଯାଇଛି । ସେହିପରି ଟିଟଲାଗଡ଼ରେ ୪୦.୫, ତାଳଚେରରେ ୪୦.୧ ଓ ଭବାନୀପାଟଣାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।