ମୁମ୍ବାଇ(ଏଟିଆର ବ୍ୟୁରୋ):ବଲିଉଡରେ ଡ୍ରଗ୍ସ ଲିଙ୍କ ମାମଲା ସାମ୍ନାକୁ ଆସିବା ପରେ ଗୋରଖପୁର ବିଜେପି ସାଂସଦ ରବି କିଷନ ଏହାକୁ ନେଇ ନିଜର ମନ୍ତବ୍ୟ ରଖିଥିଲେ । ସେ ଏହି ଡ୍ରଗ୍ସ ଧନ୍ଦାକୁ ବିରୋଧ କରିଥିଲେ । ରବି କିଷନ ଧମକ ମାମଲାରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଇଲିଗାଲ ଜିନିଷର ବିରୋଧ କରିବେ । ସେ ନିଜ ଜୀବନ ପ୍ରତି ଚିନ୍ତିତ ନୁହନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି ଓ ଯୁବପିଢୀର ଭବିଷ୍ୟତ ପାଇଁ ନିଶ୍ଚୟ ନିଜ ପକ୍ଷ ରଖିବେ ବୋଲି କହିଛନ୍ତି ରବି । ସୂଚନାଯୋଗ୍ୟ ଯେ ଅଭିନେତା ତଥା ସାଂସଦ ରବି କିଷନଙ୍କୁ ଡ୍ରଗ୍ସ ମାଫିଆଙ୍କ ଠାରୁ ଜୀବନରେ ମାରିଦେବାକୁ ଧମକ ମିଳୁଛି । ରବି କିଷନ କହିଛନ୍ତି, “ଦେଶର ଭବିଷ୍ୟତ ପାଇଁ ଦୁଇ-ଚାରିଟି ଗୁଳି ଖାଇଲେ ମଧ୍ୟ କିଛି ଚିନ୍ତା ନାହିଁ । ରବି କିଷନ ସଂସଦରେ ବଲିଉଡରେ ଡ୍ରଗ୍ସ ନେଟୱାର୍କ ପ୍ରସଙ୍ଗ ଉଠାଇଥିଲେ । ଏହାପରେ ତାଙ୍କୁ ଡ୍ରଗ୍ସ ମାଫିଆ ଠାରୁ ଜୀବନରେ ମାରିଦେବାକୁ ଧମକ ଆସୁଛି । ରବି କିଷନ ଶନିବାର ଦିନ ଦିଲ୍ଲୀରୁ ଗୋରଖପୁର ଯାଇଛନ୍ତି । ସୂଚନା ଅନୁଯାୟୀ ଏହି ମାମଲାରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ ମଧ୍ୟ କରିପାରନ୍ତି ଏବଂ ଧମକକୁ ନେଇ ଯୋଗୀଙ୍କୁ ସୂଚନା ମଧ୍ୟ ଦେଇପାରନ୍ତି ।
ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବା ପୂର୍ବରୁ ମଧ୍ୟ ରବି କିଷନ ବଲିଉଡ ଓ ଦେଶରେ ବିସ୍ତାର କରୁଥିବା ଡ୍ରଗ୍ସ କନେକ୍ସନ ପ୍ରସଙ୍ଗରେ ଉଠାଇଥିଲେ । ବଲିଉଡରେ ଏତେ ବଡ଼ ପରିମାଣରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବାପରେ ସେ ଆଶ୍ଚର୍ୟ୍ୟ ବ୍ୟକ୍ତ କରି କହିଥିଲେ ଯେ ସେ ଜାଣିନଥିଲେ ଯେ ଡ୍ରଗ୍ସ ବଲିଉଡକୁ ଏହିଭଳି ଭାବେ ନିଜ ଜାଲରେ ଫସାଇ ସାରିଛି । ରବି କିଷନ କହିଥିଲେ ଯେ, ପଡୋଶୀ ଦେଶ ଡ୍ରଗ୍ସ ମାଧ୍ୟମରେ ଦେଶର ଯୁବପିଢୀକୁ ବିଗାଡିବାକୁ ଉଦ୍ୟମ କରୁଛନ୍ତି । ତେଣୁ ମୁଁ ଦେଶର ଜଣେ ନାଗରିକ ହିସାବରେ ଏପରି ହେବାକୁ ଦେବିନାହିଁ । ଯୁବ ପିଢିଙ୍କ ପାଇଁ ମୁଁ ଲଢିବି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024