ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁଇ ଦିନିଆ ଓଡିଶା ଗସ୍ତରେ ଫେବୃଆରୀ ୧୦ରେ ଭୁବନେଶ୍ୱରରେ ପହଁଚିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ୧୦ ଏବଂ ୧୧ ଏହି ଦୁଇ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏନେଇ କମିସନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୦୦ ରୁ ଅଧିକ ଅଫିସର ନିୟୋଜିତ ହେବେ । ସାଦା ପୋଷାକଧାରୀ ପୋଲିସ ସହ ରୁଫଟପ୍ ସୁରକ୍ଷାକର୍ମୀ ମୁତୟନ ହେବେ । ଗୁରୁବାର କରାଯିବ କାରକେଡ୍ ରିହର୍ସାଲ ।