ମୁମ୍ବାଇ(ଏଟିଆର ବ୍ୟୁରୋ):ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ବଲିଉଡର ଡ୍ରଗ୍ସ ମାମଲା । ଏହା ପରେ ଅନେକ ବଡ ବଡ କଳାକାରଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଏହି ଚାରି ମାସ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନେପୋଟିଜମ ଓ ଡ୍ରଗ୍ସ ମାମଲାକୁ ନେଇ ବଡ଼ ବଡ଼ ଖୁଲାସା ହେଉଛି। ଗତ କିଛି ଦିନ ହେବ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଡ୍ରଗ୍ସ ମାମଲାର ତଦନ୍ତ କରୁଛି।ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତୀ ଗିରଫ ହୋଇଥିବା ବେଳେ ଗତକାଲି ଦୀପିକା ପାଦୁକୋନ, ସାରା ଅଲୀ ଖାନ, ଶ୍ରଦ୍ଧା କପୁରଙ୍କ ଭଳି ବଡ଼ ବଡ଼ ଅଭିନେତ୍ରୀଙ୍କୁ ଏନସିବି ଜେରା କରିଛି। ତେବେ ବଲିଉଡର ବଡ ବଡ ଅଭିନେତା ମଧ୍ୟ ପଡି ପାରନ୍ତି ଏନସିବି ଜାଲରେ । ଏକ ରିପୋର୍ଟ ଅନୁସାରେ ଆସନ୍ତା ସପ୍ତାହରେ ଏନସିବି ହ୍ରିତିକ ରୋଶନ, ରଣବୀର ସିଂହ, ଶାହିଦ କପୁର ଓ ଅର୍ଜୁନ ରାମପାଲଙ୍କୁ ମଧ୍ୟ ପଚରାଉଚରା କରିପାରେ। ଅଭିନେତା ହ୍ରିତିକଙ୍କୁ ବଲିଉଡ-ଡ୍ରଗ୍ସ ମାଫିଆ ନେକସସ ତଦନ୍ତ ପାଇଁ ସମନ ପଠାଯାଇପାରେ। ୨୦୧୭ରେ ହ୍ରିତିକ ରୋଶନ ନିଜର ସ୍ୱାସ୍ଥ୍ୟ ଖରାପ ଯୋଗୁ ଫିଲ୍ମରୁ ବ୍ରେକ ନେଇ ଥିଲେ। ସେହି ସମୟରେ ତାଙ୍କୁ ମୁମ୍ବାଇର କୋକିଲାବେନ ହସପିଟାଲରେ ଭର୍ତି କରାଯାଇଥିଲା।
ଏନସିବି ହସପିଟାଲରୁ ହ୍ରିତିକ ରୋଶନଙ୍କ ମେଡିକାଲ ରିପୋର୍ଟ ପର୍ୟ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରୁଛି। ହ୍ରିତିକଙ୍କ ବ୍ୟତୀତ ରଣବୀର, ଶାହିଦ ଓ ଅର୍ଜୁନ ରାମପାଲଙ୍କ ନାଁ ଜେରା ଲିଷ୍ଟରେ ସାମିଲ ଅଛି। ତେଣୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିବା ସମୟରେ ଡ୍ରଗ୍ସ ବ୍ୟବହାର କରାଯାଏ କି ନାହିଁ ସେହି ବିଶଷୟରେ ଜାଣିବା ପାଇଁ ଏମାନଙ୍କୁ ଜେରା କରାଯାଇପାରେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024