ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଚଳାଇଛି ସିବିଆଇ । ଏହି ମାମଲାରେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ପୁଣି ଥରେ ସୁଶାନ୍ତଙ୍କ ପରିବାରକୁ ପଚରା ଉଚରା କରାଯିବ । ସୁଶାନ୍ତ ଭଉଣୀ ପ୍ରିୟଙ୍କା ଏବଂ ମିତୁଙ୍କୁ ପଚରା ଉଚରା କରାଯିବ । ଏହାପୂର୍ବରୁ ବି ତାଙ୍କୁ ପଚରା ଉଚରା କରାଯାଇଥିଲା । ଏହାସହିତ ସୁଶାନ୍ତ ଭିଣୋଇ ଆଇପିଏସ ଓପି ସିଂହଙ୍କୁ ମଧ୍ୟ ପଚରା ଉଚରା କରାଯାଇପାରେ । ସେହିପରି ରାମ ମନୋହର ଲୋହିୟା ହସ୍ପିଟାଲର ଡକ୍ଟର ତରୁଣଙ୍କୁ ମଧ୍ୟ ସିବିଆଇ ଟିମ୍ ପଚରା ଉଚରା କରିବେ । ସିବିଆଇ ଟିମ୍ ପକ୍ଷରୁ ଧାରା ୩୦୬ (ଆତ୍ମହତ୍ୟା ପାଇଁ ଉସକାଇବା) ଅନୁଯାୟୀ ପଚରା ଉଚରା କରାଯିବ ।
ପ୍ରକୃତରେ ସୁଶାନ୍ତଙ୍କ କେସରେ ସିବିଆଇକୁ ଏପର୍ଯ୍ୟନ୍ତ ହତ୍ୟାର କୌଣସି ପ୍ରମାଣ ମିଳିନି, ସେଥିପାଇଁ ଏବେ ଆତ୍ମହତ୍ୟା ପ୍ରମାଣ ଖୋଜୁଛି । ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ କିଏ ଉସକାଉଥିଲା ସେଥିପାଇଁ ପଚରାଉଚରା କରିବ ସିବିଆଇ ।