ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦକ୍ଷିଣ ଭାରତୀୟ ରାଜ୍ୟ କେରଳର କୋଝିକୋଡ ଜିଲ୍ଲାରେ ନିପା ଭୂତାଣୁର ଆତଙ୍କ ସମସ୍ତଙ୍କ ମଧ୍ୟରେ ଏକ ଭୟ ସୃଷ୍ଟି କରି ଦେଇଛି । ଏହି ଭୂତାଣୁ ଦ୍ୱାରା ଅନେକ ଲୋକଙ୍କ ଜୀବନ ଚାଲିଗଲାଣି । ଏହି ରୋଗକୁ ଭଲ କରିବା ପାଇଁ କୌଣସି ଔଷଧ କିମ୍ବା ଇଞ୍ଜେକ୍ସନ ନାହିଁ । ଏନେଇ ଡାକ୍ତରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଏହି ଭୂତାଣୁ ବାଦୁଡି ଓ ଘୁଷୁରିଙ୍କ ଠାର ବ୍ୟାପିଥାଏ ବୋଲି ଜାଣିବାକୁ ମିଳିଛି । ମୁଖ୍ୟତଃ ଏହା ବାଦୁଡି ଖାଇଥିବା ଫଳ ଦ୍ୱାରା ବ୍ୟାପୁଛି । ସେଥିପାଇଁ ସାଧାରଣ ଜନତା ଫଳ ଖାଇବା ସମୟରେ ସତର୍କତା ଅବଲମ୍ବନ କରୁନ୍ତୁ । ଯଦି ଆପଣ ଫଳ ଖାଉଛନ୍ତି ତେବେ ସେହି ଫଳକୁ ଭଲ ଭାବରେ ଧୋଇକି ଖାଆନ୍ତୁ । ଏବଂ ଧ୍ୟାନ ରଖିଥିବେ ଯେ ଫଳଟିରେ କୌଣସି ଖଣ୍ଡିଆ ଦାଗ ଯେପରି ନଥାଏ । । ଏହା ସହିତ କେରଳରୁ ଆସୁଥିବା ଫଳକୁ ବିଲକୁଲ ଖାଆନ୍ତୁ ନାହିଁ ।
ରମଜାନ୍ ମାସରେ ମୁଖ୍ୟତଃ ଖଜୁରୀ ଲୋକମାନେ ଖାଇଥାନ୍ତି । କେରଳରୁ କଦଳୀ ଏବଂ ଖଜୁରୀ ଆସିଥାଏ, ସେଥିପାଇଁ ବିଲକୁଲ ଏହି ଫଳକୁ ଖାଆନ୍ତୁ ନାହିଁ । ଏହା ସହିତ ଆମ୍ବ ଖାଇବାରେ ମଧ୍ୟ ବିପଦ ରହିଛି ।