ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଦୁଇଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗଞ୍ଜାମ ଜିଲ୍ଲା ସୋରଡ଼ ଗାଁରେ ଳଙ୍କାକାଣ୍ଡ । ଫୁଟିଛି ଗୁଳି, ପଡିଛି ବୋମା । ବିଳମ୍ବିତ ରାତିରେ ଏଭଳି କାଣ୍ଡକୁ ନେଇ ଏବେ ପୂରା ଅଞ୍ଚଳ ଆତଙ୍କ ଖେଳିଯାଇଛି । ସେପଟେ ଘନଘନ ଗୁଳିମାଡ଼ ସାଙ୍ଗକୁ ବୋମାମାଡ଼ରେ ଆହତ ହୋଇଛନ୍ତି କରଡ଼ାବାଡି ସରପଞ୍ଚଙ୍କ ପୁଅ ସରୋଜ ପ୍ରଧାନ ।
ପେଟରେ ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ଅତି ଗୁରୁତର ରହିଥିବା ସୂଚନା ମିଳିଛି । ଚିକିତ୍ସା ଲାଗି ତାଙ୍କୁ ପ୍ରଥମେ ସ୍ଥାନୀୟ ଓ ପରେ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଫୋର୍ସ ମୃତୟନ କରାଯାଇଛି । ବୁଗୁଡା ପୁଲିସ ପୂରା ଘଟଣାର ଖୋଳତାଡ କରୁଛି । ରିପୋର୍ଟ କହୁଛି ୭ଜଣ ଯୁବକ ଅଚାନକ ୩ଟି ବାଇକରେ ଆସି ସରୋଜଙ୍କ ଘର ସାମ୍ନାରେ ପହଞ୍ଚିଥିଲେ । କିଛି ବୁଝିବା ସୁଝିବା ପୂର୍ବରୁ ସେମାନେ ଅତର୍କିତ ତାଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ । ତେବେ ସରୋଜଙ୍କୁ ଦେଖିବା ପରେ ଅଚାନକ ସେମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ ।
ରକ୍ତାକ୍ତ ଅବସ୍ଥାରେ ସରୋଜଙ୍କୁ ଉଦ୍ଧାର କରି ପୁଲିସ ଚିକିତ୍ସା ଲାଗି ହସପିଟାଲ ପଠାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ୁଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ରିପୋର୍ଟ: ନବୀନ ରାଜ ଆଚାରୀ