ଯାଜପୁର (ଏଟିଆର ବ୍ୟୁରୋ):ଚଳିତ ବର୍ଷ ହେବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା । ଏନେଇ ହାଇକୋର୍ଟରେ କରାଯାଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହୋଇଛି । କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ରଥଯାତ୍ରା କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେପଟେ ହାଇକୋର୍ଟଙ୍କ ଏହି ନିଷ୍ପତିକୁ ସବୁ ବର୍ଗର ଲୋକ ସ୍ୱାଗତ ଜଣାଇଛନ୍ତି ।
ଶାରଦୀୟ ଦୁର୍ଗପୂଜା ଅବସରରେ ପ୍ରତ୍ୟେକ ବର୍ଷ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ୯ ଦିନ ଯାଏଁ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ ପାଇଁ ରଥଯାତ୍ରା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମୁକ୍ତି ମଣ୍ଡପ ସେବାୟତ ପରିଷଦ । ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଥିବା ପରମ୍ପରା ରକ୍ଷା କରିବା ଲାଗି ଏହି ଆବେଦନରେ ଉଲ୍ଲେଖ କରାଯାଇଥିଲା । ସେହି ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରା ହେବ ବୋଲି ହାଇକୋର୍ଟରୁ ଅନୁମତି ମିଳିଯାଇଛି ।