ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆମେ ସମସ୍ତେ ସୁସ୍ଥ ଜୀବନ ଜାପନ କରିବାକୁ ଚାହିଁଥାଉ । ସୁସ୍ଥ ମଧ୍ୟ କହିବା ପାଇଁ ଇଚ୍ଛା କରୁ । ଆଜି କାଲି ଅସନ୍ତୁଳିତ ଖାଦ୍ୟ ଖାଇ ଅନେକ ରୋଗର ଶୀକାର ହେବାକୁ ପଡେ । ମେଦ ବହୁଳତା ବା ଓଜନ ବଢିବା ମଧ୍ୟ ଏକ ବଡ ସମସ୍ୟା ବା ରୋଗ ବୋଲି କହିପାରିବା । ତେଣୁ ଶରୀରର ଓଜନ କମ କରିବା ପାଇଁ ଅନେକ ଲୋକେ ଅନେକ ଉପାୟ ଆପଣେଇ ଥାଆନ୍ତି । ମେଡିସିନ ମଧ୍ୟ ଖାଇ ଥାଆନ୍ତି କିନ୍ତୁ ଆପଣ ପ୍ରାକୃତିକ ଉପୟରେ ମଧ୍ୟ ଏହାକୁ କମ୍ କରିପାରିବେ ।
ଯଦି ନିଜ ଓଜନକୁ ନେଇ ଆପଣ ଚିନ୍ତାରେ ରହିଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଅଲଗା କିଛି କରିବାକୁ ପଡ଼ିବ ନାହିଁ। ଆପଣଙ୍କ ରୋଷେଇ ଘରେ ହିଁ ଏହାର ସମାଧାନ ରହିଛି । ସମସ୍ତଙ୍କ ରୋଷେଇ ଘରେ ଧନିଆ ଥାଏ। ତେବେ ଧନିଆ ହେଉଛି ଏକ ଉତ୍ତମ ଦ୍ରବ୍ୟ । ଆଉ ଏହି ଧନିଆକୁ ଆପଣ ଓଜନ କମାଇବା ପାଇଁ ବ୍ୟବହାର କରିପାରିବେ। ଏହାକୁ ବ୍ୟବହାର କଲେ ହଜମ ପ୍ରକ୍ରିୟା ଠିକ୍ ରହିବା ସହିତ ଶରୀରରେ ମେଟାବୋଲିଜିମ୍ ବଢ଼ିଥାଏ। ତେବେ ଆସନ୍ତୁ ଜାଣିବା ଓଜନ ହ୍ରାସ କରିବା ପାଇଁ ଧନିଆକୁ କିପରି ବ୍ୟବହାର କରିବେ।
ଓଜନ ହ୍ରାସ ପାଇଁ ଆପଣ ଧନିଆ ପାଣି ପିଅନ୍ତୁ। ଏହି ପାଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ଚାମଚ ଧନିଆ ମଞ୍ଜି ନିଅନ୍ତୁ ଏବଂ ଗୋଟିଏ ଗ୍ଲାସ ପାଣିରେ ଏହାକୁ ଭିଜାଇ ଦିଅନ୍ତୁ। ସକାଳେ ଧନିଆ ମଞ୍ଜିକୁ ପାଣିରୁ ଛାଣି ଖାଲି ପେଟରେ ପିଅନ୍ତୁ। ସେହିପରି ଭିଜା ଧନିଆ ମଞ୍ଜିକୁ ନଫିଙ୍ଗି ରୋଷେଇରେ ବ୍ୟବହାର କରନ୍ତୁ।
ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ପାଇଁ ଆପଣ ଅନେକ ଉପାୟ କରିଥାଉ। ହେଲେ ଧନିଆ ପାଣି ଆପଣଙ୍କ ଶରୀରରେ ସହଜରେ ଇମ୍ୟୁନିଟି ପାୱାରକୁ ବଢ଼ାଇଥାଏ।ଏହି ପାଣିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଫ୍ରୀ-ରାଡିକାଲ୍ସ ବା ଖରାପ କୋଷ ପ୍ରସ୍ତୁତ ହେବାକୁ ଦେଇ ନଥାଏ। ଏଥିପାଇଁ ଆପଣଙ୍କର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ହେବା ସହ ଓଜନ ହ୍ରାସ ହୋଇଥାଏ। ଯଦି ଆପଣଙ୍କ ହଜମ ଜନିତ ସମସ୍ୟା ରହିଛି, ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଧନିଆ ପାଣି ପିଅନ୍ତୁ। ଏହାଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ରହିଥାଏ। ଶରୀରରୁ ଟକ୍ସିନକୁ ବାହାର କରିବା ପାଇଁ ଧନିଆ ପାଣି ସାହାଯ୍ୟ କରିଥାଏ। ଗୋଟିଏ ଗ୍ଲାସ ଧନିଆ ପାଣି ପାକସ୍ଥଳୀକୁ ସୁସ୍ଥ ରଖିଥାଏ।ଓଭର୍ ଇଟିଙ୍ଗ ବା ଅତ୍ୟଧିକ ଖାଇବା ଯୋଗୁଁ ଓଜନ ବୃଦ୍ଧି ହୋଇଥାଏ। ଧନିଆ ପାଣି ଏହି ଓଭର ଇଟିଙ୍ଗର ସମସ୍ୟାକୁ ଦୂର କରିଥାଏ। ତେଣୁ ଆପଣଙ୍କ ଓଜନ ହ୍ରାସ ପାଇଥାଏ। ତେଣୁ ଧନିଆ ପାଣିକୁ ପି ଆପଣ ଅନେକ ରୋଗରୁ ମୁକ୍ତ ହୋଇ ପାରିବେ । ଏହା ଛଡା ଆପଣ ଜିରା ପାଣି ମଧ୍ୟ ପି ପାରିବେ ।
JUST IN
-
ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା | 29 May 2024
-
ଏଣିକି ଭୁବନେଶ୍ୱରରୁ ସିଧା ମାଲେସିଆ ବିମାନ ଯାତ୍ରା | 29 May 2024
-
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା | 29 May 2024
-
ହିଟ୍ ୱେଭ ପାଇଁ ଆଜି ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ | 29 May 2024
-
ଶେଷ ପର୍ଯ୍ୟାୟ ନିର୍ବାଚନ, ଆଜି ଓଡିଶାର ୩ ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି | 29 May 2024
-
ଆଗାମୀ ୪ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ | 28 May 2024
-
ରାଜ୍ୟରେ ଆଜିଠୁ ପୁଣି ବଢିବ ତାପମାତ୍ରା | 28 May 2024
-
ମାଟ୍ରିକ ରେଜଲ୍ଟ ରିଚେକିଂ ପାଇଁ ଏହି ତାରିଖରୁ କରିପାରିବେ ଆବେଦନ | 26 May 2024
-
ମାଟ୍ରିକ ରେଜଲ୍ଟ ପ୍ରକାଶ | 26 May 2024
-
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ | 23 May 2024
-
ଭୁବନେଶ୍ୱରରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ | 22 May 2024
-
ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନୃସିଂହ ଦେବଙ୍କ ଜନ୍ମ ବିଧି | 22 May 2024