ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷ ଅକ୍ଟୋବର ୧୭ ରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ନବରାତ୍ରୀ । ଏହି ଅବସରରେ ୯ ଦିନ ଯାକ ମା’ଦୁର୍ଗାଙ୍କର ୯ଟି ସ୍ୱରୂପକୁ ପୂଜା କରାଯାଇଥାଏ । ଏହାସହିତ ପୁରା ବିଧି ବିଧାନ ସହିତ ପୂଜା କରାଯାଇଥାଏ । ଖାସକରି ନବରାତ୍ରୀର ଯଅ’ ବୁଣିବାର ବିଧାନ ରହିଛି । ଏହି ବିଧି ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି । କିନ୍ତୁ ଆପଣାନେ ଜାଣିଛନ୍ତି କି? ଏଭଳି କାହିଁକି କରାଯାଏ । ଯଅ’ ବୁଣିବାର ମହତ୍ୱ କଣ? ତେବେ ଆସନ୍ତୁ ଜାଣିବା..
ଧର୍ମଗ୍ରନ୍ଥ ଅନୁସାରେ ଯଅ’କୁ ବ୍ରହ୍ମାଙ୍କ ସ୍ୱରୂପ ବୋଲି କୁହାଯାଏ । ପୁରାତନ କାଳରେ ଯେତେବେଳେ ହୋମ କରାଯାଉଥିଲା ସେତେବେଳେ ଆହୁତି ଦେବାର ପରମ୍ପରା ଥିଲା । ସେହିଭଳି ଭାବେ ଆମକୁ ଯଅ’ର ବି ସମ୍ମାନ କରିବା ଉଚିତ୍ । ଏହାଦ୍ୱାରା ଏହାର ମହତ୍ୱ ଜଣାଯାଇଥାଏ । ନବରାତ୍ରୀ ସମୟରେ ଯଅ’ ବୁଣାଯାଇଥାଏ । ବିଶ୍ୱାସ ରହିଛି କି ନବରାତ୍ରୀରେ ଯଅ’ ବୁଣାଯିବା ପରେ ଯେଉଁ ଗଛ ଉଠିଥାଏ ତାହା ଯେତେ ବଢିବ ସେତିକି ମାତ୍ରାରେ ମାତାରାଣୀଙ୍କ କୃପା ଲାଭ ହୋଇଥାଏ । ଏହାସହିତ ବ୍ୟକ୍ତିଙ୍କ ଘରେ ସୁଖ-ସମୃଦ୍ଧି ବଳବତ୍ତର ରହିଥାଏ ।
କୁହାଯାଏ କି ଯଅ’ ବୁଣାଯିବାର ଦୁଇ ତିନି ଦିନ ମଧ୍ୟରେ ଅଙ୍କୁର ଆସିଯାଏ ତବେ ତାହା ବହୁତ ଶୁଭ ହୋଇଥାଏ । ସେହିପରି ନବରାତ୍ରୀ ଶେଷ ହେବା ଭିତରେ ଯଦି ଅଙ୍କୁର ନଉଠୁଛି ତେବେ ଏହା ଅଶୁଭ ହୋଇଥାଏ । ହୁଏତ ଅନେକ ସମୟରେ ସଠିକ୍ ଭାବେ ଯଅ’ ନବୁଣିବା ଫଳରେ ଅଙ୍କୁରିତ ହୋଇନଥାଏ । ସେଥିପାଇଁ ଯଅ’ ବୁଣିବା ସମୟରେ ଯେପରି କିଛି ଭୁଲ ନହୁଏ ସେଥିପ୍ରତି ଧ୍ୟାନ ରଖନ୍ତୁ ।
ଏହାବ୍ୟତିତ ଯଅ’ ବୁଣିବା ପରେ ଉଠିଥିବା ଅଙ୍କୁରର ରଙ୍ଗ ବି ଶୁଭ ଓ ଅଶୁଭ ଉପରେ ନିର୍ଭର କରିଥାଏ । ଯଦି ଉଠିଥିବା ଗଛର ଉପର ଅଂଶ ସବୁଜ ଏବଂ ତଳ ଅଂଶ ହଳଦିଆ ହୋଇଥାଏ ତେବେ ବ୍ୟକ୍ତିଙ୍କର ଅଧି ବର୍ଷ ଭଲରେ କଟିଥାଏ ଏବଂ ଅଧା ବର୍ଷ ସମସ୍ୟା ଦେଇ ଗତି କରିଥାଏ । ସେହିପରି ଯଦି ପୁରା ଗଛର ସମ୍ପୂର୍ଣ୍ଣ ଅଂଶ ସବୁଜ ବା ଧଳା ହୋଇଥାଏ ତେବେ ଏଥିରୁ ଜଣା ଯାଇଥାଏ କି ବ୍ୟକ୍ତିଙ୍କର ପୁରା ବର୍ଷଟା ଭଲରେ କଟିବ । ଏହାସହିତ ଜୀବନରେ ସର୍ବଦା ସୁଖ-ସମୃଦ୍ଧି ବଳବତ୍ତର ରହିବ ।