ମୁମ୍ବାଇ(ଏଟିଆର ବ୍ୟୁରୋ): ବର୍ତ୍ତମାନ ବଲିଉଡରେ ଚାଲିଛି ବିବାହର ମାହୋଲ । ତେବେ ଜଣାଯାଇଛି ବିବାହ କରିବେ ସିଙ୍ଗର ନେହା କକ୍କର । ବଲିଉଡର ପ୍ରସିଦ୍ଧ ଗାୟିକା ନେହା ପଟିଆଲାରେ ରହୁଥିବା ଗାୟକ ରୋହନପ୍ରିତ ସିଂଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଛି । ଅକ୍ଟୋବର ୨୪ରେ ଉଭୟ ବିବାହ ପାଇଁ ତାରିଖ ସ୍ଥିର କରିଥିବା ଜଣାପଡିଛି ।
ନିକଟରେ ଉଭୟଙ୍କ ରୋକା ସେରିମନୀ ବା ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଉଭୟଙ୍କ ମଧ୍ୟରେ ଡାଏମଣ୍ଡ ଦା ଛଲ୍ଲାର ଶୁଟିଂ ସେଟରେ ପ୍ରଥମ ସାକ୍ଷାତ ହୋଇଥିଲା । ଏହାପରେ ଉଭୟ ବିବାହ କରିବା ପାଇଁ ମନସ୍ଥ କରିଥିଲେ । ନେହା ଓ ରୋହନପ୍ରିତ ଔପଚାରିକ ଭାବେ ବିବାହ ତାରିଖ ଘୋଷଣା କରି ନାହାଁନ୍ତି କିନ୍ତୁ ନେହା କିନ୍ତୁ ନେହା ସୋସିଆଲ ମିଡିଆରେ ରୋହନଙ୍କ ସହ ଫୋଟ ଛାଡି କ୍ୟାପସନ ଲେଖିଥିଲେ ୟୁ ଆର୍ ମାଇନ୍ ମାନେ ତୁମେ ମୋର , ତେଣୁ ଏହି ଦୁଇ କଳାକାରଙ୍କ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଅଛି ବୋଲି ଜଣା ପଡିଥିଲା । ଅନେକ ଦିନ ଧରି ନେହା ଓ ରୋହନପ୍ରିତଙ୍କ ପ୍ରେମ ସମ୍ପର୍କକୁ ନେଇ ଖବର ଆସୁଥିଲା । ସେମାନେ ଏବେ ଇନଷ୍ଟାଗ୍ରାମରେ ଏକାଠି ଫଟୋ ସେୟାର କରିଛନ୍ତି । ଏହାପରେ ରୋହନପ୍ରିତ ମଧ୍ୟ ନେହାଙ୍କ ଫଟୋ ସେୟାର ମଧ୍ୟ କରିଥିଲେ । ଉଭୟ ନିଜ ନାମର ହାସଟ୍ୟାଗ୍ ନେହୁପ୍ରିତ୍ କହିଥିଲେ ।ସୋସିଆଲ ମିଡିଆରେ ଉଭୟଙ୍କ ଯୋଡିକୁ ପ୍ରଶଂସକମାନେ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ।ଏହାସହ ଶୁଭକାମନା ମଧ୍ୟ ଜଣାଇଛନ୍ତି ।
JUST IN
-
ଶେଷ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ | 01 Jun 2024
-
ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ | 01 Jun 2024
-
ପିକ୍ ଆୱାରରେ କାମ ନକରିବାକୁ ଜନସାଧାରଣଙ୍କୁ ଏସଆରସିଙ୍କ ଅପିଲ | 31 May 2024
-
ଅସମ୍ଭାଳ ଗୁଳୁଗୁଳି, ୯ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ | 31 May 2024
-
ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ | 31 May 2024
-
ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା | 29 May 2024
-
ଏଣିକି ଭୁବନେଶ୍ୱରରୁ ସିଧା ମାଲେସିଆ ବିମାନ ଯାତ୍ରା | 29 May 2024
-
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା | 29 May 2024
-
ହିଟ୍ ୱେଭ ପାଇଁ ଆଜି ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ | 29 May 2024
-
ଶେଷ ପର୍ଯ୍ୟାୟ ନିର୍ବାଚନ, ଆଜି ଓଡିଶାର ୩ ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି | 29 May 2024
-
ଆଗାମୀ ୪ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ | 28 May 2024
-
ରାଜ୍ୟରେ ଆଜିଠୁ ପୁଣି ବଢିବ ତାପମାତ୍ରା | 28 May 2024