ପଶ୍ଚିମବଙ୍ଗ(ଏଟିଆର ବ୍ୟୁରୋ): ଅକ୍ଟୋବର ୬ ରେ ବଙ୍ଗଳା ଚଳଚ୍ଚିତ୍ର ଅଭିନେତା ସୋମିତ୍ର ଚାଟାର୍ଜୀ କରୋନା ପଜିଟିଭ ହୋଇଥିଲେ । । ଏହା ପରେ ତାଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ରିପୋର୍ଟ ଆସିଛି ଯେ ସୋମିତ୍ର ଚାଟାର୍ଜୀ କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି । ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ହସ୍ପିଟାଲର ଚିକିତ୍ସକମାନେ କହିଛନ୍ତି ଯେ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିବା ୮୫ ବର୍ଷିୟ ଚାଟାର୍ଜୀଙ୍କ ଜ୍ୱର କମିଛି। ତାଙ୍କୁ ଚିକିତ୍ସା କରୁଥିବା ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ଗତ ୪୮ ଘଣ୍ଟା ତୁଳନାରେ ଆଜି ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି। ବର୍ତ୍ତମାନ ଯେତେବେଳେ ଆମେ କିଛି କହୁଛୁ ସେ ଉତ୍ତର ଦେବାକୁ ଚେଷ୍ଟା କରୁଛନ୍ତି । ଡାକ୍ତରଖାନାର ୧୫ ଜଣ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏହାପୂର୍ବରୁ ସୋମିତ୍ର ଚାଟାର୍ଜୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ଝିଅ ପୋଲୋମି ତାଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟ ମାଧ୍ୟମରେ ଏକ ପୋଷ୍ଟ ସେୟାର କରିଛନ୍ତି। ପାଉଲୋମି ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୋର କୋଭିଡ ପୀଡିତା ପିତା ସୋମିତ୍ର ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ବଡ଼ ଚିନ୍ତା ରହିଛି, ଏଭଳି ପରିସ୍ଥିତିରେ ଆମେ ଆଇସିୟୁରୁ ଅନଧିକୃତ ଚିତ୍ର ଦେଖି ଭଲ ଲାଗେ ନାହିଁ ଏବଂ ତାଙ୍କ ସ୍ୱାସ୍ଥ୍ୟ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଉଲ୍ଲେଖନୀୟ କଥା ହେଉଛି, ବଙ୍ଗଳାର ସବୁଠାରୁ ବଡ କଳାକାରଙ୍କ ମଧ୍ୟରେ ସୋମିତ୍ର ଚାଟାର୍ଜୀ ଗଣିତ ହୋଇଛନ୍ତି। ସେ ଓସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ୍ ରାୟଙ୍କ ସହ ୧୪ ଟି ଫିଲ୍ମ କରିଛନ୍ତି। ସୋମିତ୍ର ଚାଟାର୍ଜୀ ୧୯୫୫ ମସିହାରେ ସତ୍ୟଜିତ୍ ରାୟଙ୍କ ଚଳଚ୍ଚିତ୍ର ‘ଅପୁର ସନ୍ସର୍’ ସହିତ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଚଳଚ୍ଚିତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ସୋମିତ୍ର ଚାଟାର୍ଜୀଙ୍କୁ ୨୦୧୨ ରେ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024