ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏହି ବର୍ଷ ସବୁ କ୍ଷେତ୍ରରେ ପରିବର୍ତ୍ତନ ହୋଇଛି । ସେ ଶିକ୍ଷା କ୍ଷେତେରରେ ହଉ କିମ୍ବା ଅଟୋମୋବାଇଲ କ୍ଷେତ୍ରରେ । ତେଣୁ ଚଳିତ ବର୍ଷ ସେପ୍ଟେମ୍ବରରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ୧୧୭ କୋଟି ଟଙ୍କାର ମୋଟର ଯାନ ରାଜସ୍ୱ ସଂଗ୍ରହ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟରେ ୮୯.୫ କୋଟି ଟଙ୍କାର ଆୟ ହୋଇଥିଲା। ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ୩୧ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହ ହୋଇଛି। କିନ୍ତୁ ଗତବର୍ଷ ସେପ୍ଟେମ୍ବରରେ ହୋଇଥିବା ୧୨୬ କୋଟି ଟଙ୍କା ଆୟ ତୁଳନାରେ ଚଳିତ ବର୍ଷର ଆୟ ୭ ପ୍ରତିଶତ କମ୍ ରହିଛି। ଚଳିତ ବର୍ଷର ଏପ୍ରିଲ୍-ସେପ୍ଟେମ୍ବର ଭିତରେ ୫୦୧ କୋଟି ଟଙ୍କାର ମୋଟର ଯାନ ରାଜସ୍ୱ ଆୟ ହୋଇଛି ଯାହା ଗତବର୍ଷ ସେହି ସମୟରେ ହୋଇଥିବା ୭୮୭ କୋଟି ଟଙ୍କାରୁ ୩୬ ପ୍ରତିଶତ କମ୍ ରହିଛି।କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ଗତ ମାର୍ଚ୍ଚ ୨୫ ଠାରୁ ଲକ୍ଡାଉନ୍ ଘୋଷଣା ହେବା ପରେ ରାଜସ୍ୱ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଦୁଇଟି ପର୍ୟ୍ୟାୟରେ ମେ’ ୩ ପର୍ୟ୍ୟନ୍ତ ଲକ୍ଡାଉନ୍ ବଳବତ୍ତର ରହିବା ପରେ ଧୀରେ ଧୀରେ ଅନ୍ଲକ୍ ଆଡ଼କୁ ଦେଶ ଗତି କରିଥିଲା। ଜୁନ୍ ପରଠାରୁ ରାଜ୍ୟର ମୋଟର ଯାନ ରାଜସ୍ୱ ଆୟରେ ଧୀରେ ଧୀରେ ବୃଦ୍ଧି ହେଉଛି। ଗତବର୍ଷର ଜୁନ୍ ତୁଳନାରେ ଚଳିତ ବର୍ଷ ଜୁନ୍ରେ ୧୫% କମ୍, ଜୁଲାଇ ୧୮% ଓ ଅଗଷ୍ଟରେ ୨୦% କମ୍ ରାଜସ୍ୱ ସଂଗ୍ରହ ହୋଇଥିଲା। ଅଧିକ ପରିମାଣର ଗାଡ଼ି ବିକ୍ରି ହେବା ଓ ଅର୍ଥନୈତିକ କାର୍ୟ୍ୟକଳାପ ବଢ଼ିବାରୁ ମୋଟର ଯାନ ରାଜସ୍ୱ ଆୟ ବୃଦ୍ଧି ପାଇଛି ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଜଣାଇଛନ୍ତି।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024