ସମ୍ବଲପୁର (ଏଟିଆର ବ୍ୟୁରୋ):ଓଡିଶାର ଲୋକପ୍ରିୟ ସଙ୍ଗୀତକାର ପ୍ରଭୁଦତ୍ତ ପ୍ରଧାନଙ୍କର ପରଲୋକ ଘଟିଛି । ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ପ୍ରଭୁଦତ୍ତଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।
ମିଳିଥିବା ରିପୋର୍ଟ ଅନୁସାରେ, ଦୀର୍ଘ ୪୫ ବର୍ଷ ଧରି ସଙ୍ଗୀତ କ୍ଷେତ୍ରରେ କାର୍ଯ୍ୟ କରିଥିବା ପ୍ରଭୁଦତ୍ତଙ୍କର ଆଜି ଭୋର ୪ଟା ବେଳେ ମୃତ୍ୟୁ ହୋଇଛି । ସମ୍ବଲପୁରୀ ଭାଷାରେ ତାଙ୍କର ରଙ୍ଗବତୀ ଗୀତକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ । ତାହା ସହିତ ସେ ଜଣେ ପୋଖତ ବାଦ୍ୟକାର ଥିଲେ ।