ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅପଣମାନେ ସମସ୍ତେ ଜାଣିଥିବେ ଯେ ଛୋଟ ପିଲାଙ୍କ ପାଇଁ ଖୀର ସେବନ କେତେ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଛୋଟ ପିଲାଙ୍କୁ ଖୀର ପିଆଇବାର ସଠିକ୍ ଉପାୟ ରହିଛି । ସାଧାରଣତ ଅନେକ ମା’ ମାନେ ତାଙ୍କ ଛୋଟ ପିଲା ମାନଙ୍କୁ ପ୍ଲାଷ୍ଟିକ ବୋତଲରେ ଖୀର ଭର୍ତ୍ତି କରି ସେମାନଙ୍କୁ ପିଆଇ ଥାନ୍ତି । କିନ୍ତୁ ବାସ୍ତବରେ ଏହି ଉପାୟ ଛୋଟ ପିଲାମାନଙ୍କ ପାଇଁ ହାନିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..
ପ୍ରକୃତରେ ଆପଣ ଯେତେବେଳେ ପ୍ଲାଷ୍ଟିକ ବୋତଲରେ ଗରମ ଖୀର ଢାଲିଥାନ୍ତି । ସେତେବେଳେ ସେହି ପ୍ଲାଷ୍ଟିକ ବୋତଲରୁ ରାସାୟନିକ ଦ୍ରବ୍ୟ ବାହାରି ଖୀର ସହିତ ମିଶ୍ରଣ ହୋଇ ଯାଇଥାଏ । ଏହାଦ୍ୱାରା ଛୋଟ ପିଲାମାନଙ୍କ ଶରୀରରେ କ୍ଷତି ପହଁଚାଇବା ସହିତ ଏହା ସେମାନଙ୍କ ଓଜନରେ ପ୍ରଭାବ ପକାଇଥାଏ ।
ଏହି ବୋତଲରେ ଥିବା ବିଷ୍ଫେନାଲ ନାମକ ରାସାୟନିକ ତତ୍ୱ ଛୋଟ ପିଲାମାନଙ୍କ ମସ୍ତିସ୍କକୁ କମଯୋର କରିଦେଇଥାଏ । ଏବଂ ଏହା ଭବିଷ୍ୟତରେ ପ୍ରଜନନ କ୍ଷମତାକୁ ବିଗାଡିବାର ଆଶଙ୍କା ଥାଏ ।