ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପ୍ରତିଦିନ ଯେକୌଣସି ଭଗବାନଙ୍କ ପୂଜା କରା ଯିବାର ନିୟମ ରହିଛି । ସେହିଭଳି ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରାଯାଇ ଥାଏ । କୁହାଯାଏ ହନୁମାନଙ୍କ ନାମ ଉଚ୍ଚାରଣ କରିବା ଦ୍ୱାରା ମଣିଷ ଜୀବନରେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଭଗବାନ ହନୁମାନଙ୍କୁ ପ୍ରଶନ୍ନ କରିବାର କିଛି ଉପାୟ କହିବାକୁ ଯାଉଛୁ ।
– ସୌନ୍ଦର୍ଯ୍ୟ ଉପକରଣ ଜିନିଷ କିଣନ୍ତୁ ନାହିଁ: ମଙ୍ଗଳବାର ଦିନ କଦାପି ଏହି ଜିନିଷ କିଣନ୍ତୁ ନାହିଁ, ଏହା ଦ୍ୱାରା ବୈବାହିକ ଜୀବନରେ ସମସ୍ୟା ଦେଖାଦେଇପାରେ । ଏହି ଜିନିଷ କିଣିବାର ଉପଯୁକ୍ତ ଦିନ ହେଲା ସୋମବାର ବା ଶୁକ୍ରବାର ।
– ଆମିଷ ଘରକୁ ଆଣନ୍ତୁ ନାହି: ମଙ୍ଗଳବାର ଦିନ ବିଲକୁଲ ଆମିଷ ଘରକୁ ଆଣନ୍ତୁ ନାହିଁ କିମ୍ବା ଏହାକୁ ଖାଆନ୍ତୁ ନାହଁ । ଯଦି ଆପଣ ମଙ୍ଗଳବାର ଦିନ ଆମିଷ ଖାଉଛନ୍ତି ତେବେ ଏହାଦ୍ୱାରା ପାରିବାରିକ ଜୀବନରେ ବିପଦ ମାଡି ଆସିଥାଏ ।
– କଳା ରଙ୍ଗ ବସ୍ତ୍ର କିଣନ୍ତୁ ନାହିଁ: ଏହି ଦିନ ବିଲକୁଲ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ କି କିଣନ୍ତୁ ନାହିଁ । ଏହି ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରିବା ଦ୍ୱାରା ମଙ୍ଗଳ ଦୋଷର ପ୍ରଭାବ କମ ହୋଇଥାଏ ।
– ଖୀର ଦ୍ୱାରା ନିର୍ମିତ ଜିନିଷ କିଣନ୍ତୁ ନାହିଁ: ମଙ୍ଗଳବାର ଦିନ ଖୀରରେ ତିଆରି ହୋଇଥିବା ଜିନିଷ ଯେପରିକି ମିଠା,ବର୍ଫି, ରାବିଡି ଏବଂ କାଲାକନ୍ଦ କିଣନ୍ତୁ ନାହିଁ । ଖୀରକୁ ଚନ୍ଦ୍ରମାଙ୍କ କାରକ କୁହାଯାଇଥାଏ । ଚନ୍ଦ୍ରମା ଏବଂ ମଙ୍ଗଳ ଦୁହେଁ ଦୁହିଁଙ୍କର ଘୋର ବିରୋଧି ।