ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନାକୁ ମାତ୍ ଦେବା ପାଇଁ ବିଭିନ୍ନ ଔଷଧ କମ୍ପାନୀ ପକ୍ଷରୁ ଭ୍ୟାକ୍ସିନ ପ୍ରସ୍ତୁତି ଚାଲିଛି । ଏହାରି ମଧ୍ୟରେ ଏମ୍ସର ଡକ୍ଟର ରଣଦୀପ ଗୁଲେରିୟା କହିଛନ୍ତି କି ଔଷଧୀୟ କମ୍ପାନୀ ଫାଇଜର ପକ୍ଷରୁ ବିକସିତ ସମ୍ଭାବିତ କୋଭିଡ୧୯ ଟୀକାର ଭଣ୍ଡାର ପାଇଁ ଶୂନ ରୁ ୭୦ ଡିଗ୍ରୀ ସେଲସିୟସ କମ ତାପାମାତ୍ରାର ଆବଶ୍ୟକତା ରହିଛି । ଭାରତ ପରି ବିକାଶଶୀଳ ଦେଶରେ ବିଶେଷ କରି ସହର ଏବଂ ଗ୍ରାମାଞ୍ଚଳରେ ଟିକା ବିକାଶ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ।
ଭାରତରେ ଅଧିକାଂଶ ଟୀକାକୁ ୨ ରୁ ୮ ଡିଗ୍ରୀ ସେଲସିୟମ ତାପମାତ୍ରା ଭିତରେ ରଖାଯାଇଥାଏ । ଦେଶର ଅଧିକାଂଶ କ୍ଷେତ୍ରରେ କୋଲ୍ଡ ଚେନ୍ ରେ ସବୁଠାରୁ କମ ତଥା ଶୂନରୁ ୨୫ ଡିଗ୍ରୀ ସେଲସିୟସ ତଳ ପର୍ଯ୍ୟନ୍ତ ତାପମାତ୍ରାରେ ଟୀକା ରଖାଯାଇ ପାରିବ । ଗ୍ରାମୀଣ ତଥା ଦୁର୍ଗମ ଅଞ୍ଚଳରେ ଏତେ କମ ତାପାମାତ୍ର ବିଶିଷ୍ଟ କୋଲ୍ଡ ଷ୍ଟୋରେଜ ଉପଲବ୍ଧ ନାହିଁ । ଏପରି ପରିସ୍ଥିତିରେ ସେହି ସ୍ଥାନରେ ଟୀକା ପହଁଚିବା ବଡ ଚ୍ୟାଲେଞ୍ଜ ହେବ ବୋଲି ଗୁଲେରିୟା କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଫାଇଜର ଇଙ୍କ ଏବଂ ବାୟୋଏନଟେକ ଏସଇ ଦ୍ୱାରା ଘୋଷିତ ପ୍ରଥମ ପର୍ଯ୍ୟାୟ ଫଳାଫଳରେ ଏହି ଟୀକା କରୋନା ସଂକ୍ରମଣରୁ ୯୦ ପ୍ରତିଶତ ରକ୍ଷା କରିବାରେ ସକ୍ଷମ ଏବଂ ଏହା ଉତ୍ସାହ ଜନକ ଖବର ।