ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ସଂକ୍ରମଣ ଠାରୁ ଦୁରେଇ ରହିବା ପାଇଁ ୟୁଏଇ ପକ୍ଷରୁ ପାକିସ୍ତାନ ଏବଂ ଅନ୍ୟ ୧୧ ଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନୂତନ ଭିସା ଉପରେ କଟକଣା ଲଗାଯାଇଛି । କରୋନା ର ଦ୍ୱିତୀୟ ଲହରୀକୁ ଦେଖି ୟୁଏଇ କତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ବିଦେଶ କାର୍ଯ୍ୟାଳୟର ମୁ୍ଖପାତ୍ର ଜାହିଦ୍ ହାଫିଜ ଚୈାଧରୀ ।
ସେହିପରି ପାକିସ୍ତାନ ବ୍ୟତୀତ ତୁର୍କୀ , ଇରାନ , ୟେମେନ , ଇରାକ , କେନିଆ, ଆଦି ଦେଶରେ ଲୋକଙ୍କ ଭିସା ଉପରେ ମଧ୍ୟ ୟୁଏଇ କଟକଣା ଲଗାଇଛନ୍ତି ।ପୂର୍ବରୁ ଦିଆଯାଇଥିବା ଭିସା ଉପରେ ଏହି ନିୟମ ଲାଗୁ ହେବ ନାହିଁ ।ସ୍ଥିତିରେ ସୁଧାର ଆସିଲେ ପୁଣି ଏହି କଟକଣା ହଟାଇ ଦିଆଯିବ ବୋଲି କୁହାଯାଇଛି । ଏହା ଦ୍ୱାରା କେତେ ବର୍ଗ ର ଲୋକ ପ୍ରଭାବିତ ହେବ ତାହା ନେଇ କିଛି ସ୍ପଷ୍ଟିକରଣ ହୋଇନାହିଁ ।