ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି କରୋନାର ଜାଲରେ ଫସିଲେ ଆଉ ଜଣେ ମନ୍ତ୍ରୀ । ଏଥିର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ତାଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ମନ୍ତ୍ରୀ ସମୀର ରଞ୍ଜନ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ନିଜ ଟ୍ୱିଟରେ ଲେଖିଛନ୍ତି, ମୁଁ ଏବଂ ମୋର ଧର୍ମ ପତ୍ନୀ ସଙ୍ଗିତା ଦାଶ କରୋନାରେ ସଂକ୍ରମିତ ହୋଇଛୁ । ତେବେ ଗତ ସାତ ଦିନ ଭିତରେ ଆମ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇ ନେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମୋର ଏବଂ ମୋ ଧର୍ମ ପତ୍ନୀ ସଙ୍ଗିତା ଦାଶଙ୍କର କରୋନା' +ve ବାହାରିଛି ଆମେ ଏବେ ସୁସ୍ଥ ଅଛୁ l ଆମ ସଂସ୍ପର୍ଶରେ ସାତ ଦିନ ଭିତରେ ଯେଉଁମାନେ ଆସିଛନ୍ତି 'କରୋନା' ଟେଷ୍ଟ କରିବା ପାଇଁ ଅନୁରୋଧ କରୁଛୁ l @Naveen_Odisha @BJD4Odisha @GovernorOdisha
— Samir Ranjan Dash (@samirdash01) September 14, 2020
ଏହାପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂହ, ପଦ୍ମୀନି ଦିଆନ, ଟୁକୁନି ସାହୁ ଆଦି ନେତାମାନେ କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ସେହିପରି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।