ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବହୁ ପୁରାତନ କାଳରୁ ଘରେ ଦେବାଦେବୀଙ୍କ ମୂର୍ତ୍ତି ରଖି ପୂଜା କରିବାର ପରମ୍ପରା ପ୍ରଚଳିତ ହୋଇ ଆସୁଛି । ମାନ୍ୟତା ରହିଛି କି ଏହାଦ୍ୱାରା ଭଗବାନଙ୍କ ବିଶେଷ କୃପା ଲାଭ ହୋଇଥାଏ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଘରେ ଦେବାଦେବୀଙ୍କ ମୂର୍ତ୍ତି ରଖି ପୂଜା କରିଥାନ୍ତି । କିନ୍ତୁ ଶାସ୍ତ୍ରରେ କିଛି ଦେବତାଙ୍କ ନାଁ ରହିଛି ଯାହାଙ୍କ ମୂର୍ତ୍ତିକୁ ଘରେ ରଖିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା
ନଟରାଜ୍: ଅନେକ ଲୋକ ଘରେ ସୁନ୍ଦରତାକୁ ଦୃଷ୍ଟିରେ ରଖି ନଟରାଜ୍ ମୂର୍ତ୍ତି ରଖିଥାନ୍ତି । କାରଣ ଏହି ମୂର୍ତ୍ତି ବହୁତ ଆକର୍ଷଣୀୟ ହୋଇଥାଏ । ନଟରାଜ୍ ମୂର୍ତ୍ତିରେ ଭଗବାନ ଶିବଙ୍କ ରୌଦ୍ର ଅର୍ଥାତ କ୍ରୋଧିତ ରୂପ ଦର୍ଶାଯାଇଛି । ଶିବଙ୍କ କ୍ରୋଧିତ ସ୍ୱରୂପକୁ ଘରେ ରଖିବା ଦ୍ୱାରା ଘରେ ଅଶାନ୍ତି ବଢିଥାଏ । ଯେଉଁ ବ୍ୟକ୍ତି ଶିବଙ୍କ କ୍ରୋଧିତ ସ୍ୱରୂପକୁ ନିୟମିତ ଦର୍ଶନ କରିନ୍ତି । ସେମାନଙ୍କ ସ୍ୱଭାବରେ ବି କ୍ରୋଧ ବଢିବାରେ ଲାଗେ ।
ଭୈରବ ମହାରାଜା: ଶିବପୁରାଣ ଅନୁସାରେ ଭଗବାନ ଶିବଙ୍କର ହିଁ ଅବତାର ହେଉଛନ୍ତି ଭୈରବ ଭଗବାନ । ଶିବଙ୍କ ଅବତାର ହେବା ଯୋଗୁଁ ଭୈରବଙ୍କ ମୂର୍ତ୍ତି ଘରେ ରଖିବା ଅଶୁଭ ହୋଇଥାଏ । ଖୋଲା ସ୍ଥାନରେ ଭଗବାନ ଭୈରବଙ୍କ ମୂର୍ତ୍ତି ସ୍ଥାପନା କରାଯାଇଥାଏ । ତନ୍ତ୍ରର ଦେବତା ହେଉଛନ୍ତି ଭୈରବ । ସେଥିପାଇଁ ତାଙ୍କ ପୂଜା ଖାସକରି ତନ୍ତ୍ର କର୍ମ ପାଇଁ କରାଯାଇଥାଏ । ସେଥିପାଇଁ ଘରେ ଭୈରବଙ୍କ ମୂର୍ତ୍ତି ରଖିବା ଉଚିତ୍ ନୁହେଁ ।
ରାହୁ-କେତୁ: ରାହୁ-କେତୁ ହେଉଛନ୍ତି ଛାୟା ଗ୍ରହ । ଏ ଅସୁର ଥିଲେ ଏବଂ ସେ ଦେବତାଙ୍କ ସହ ମିଶି ଅମୃତ ପାନ କରିଥିଲେ । ସେଥିପାଇଁ ସେ ଅମର ହୋଇଗଲେ । ସେଥିପାଇଁ ୟାଙ୍କ ପୂଜା ଘର ବାହାରେ କରିବା ଶୁଭ ହୋଇଥାଏ ।
ଶନିଦେବ: ଜ୍ୟୋତିଷଶାସ୍ତ୍ରରେ ଶନିଙ୍କୁ ନ୍ୟାୟଧିଶ ବୋଲି କୁହାଯାଏ । କର୍ମର ଫଳ ପ୍ରଦାନ କରିଥାନ୍ତି ଶନି ଗ୍ରହ । ସୂର୍ଯ୍ୟ ପୁତ୍ର ଶନିଦେବ ହେଉଛନ୍ତି ନିଷ୍ଠୁର ଗ୍ରହ । ସେଥିପାଇଁ ତାଙ୍କ ମୂର୍ତ୍ତି ଘରେ ରଖିବା ଶୁଭ ହୋଇନଥାଏ । ଶନିଙ୍କ ମୂର୍ତ୍ତି ଘରେ ରଖିବା ଉଚିତ୍ ନୁହେଁ ।