ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜଧାନୀରୁ ଧରାହେଲେ ମାଓବାଦୀ । ତାହା ପୁଣି ହାଡକୋର । ଯେଉଁମାନେ ଅନ୍ୟ ରାଜ୍ୟ ପୁଲିସ ପାଇଁ ମୋଷ୍ଟୱାଣ୍ଟେଡ ସାଜିଥିଲେ ସେମାନେ ହିଁ ରାଜଧାନୀରେ ବିନ୍ଦାସ ବୁଲୁଥିଲେ । ଅବିଶ୍ୱାସ ଲାଗୁଥିଲେ ବି କଥାଟା ସତ । କାରଣ ଏମିତି ଏକ ଘଟଣା ଏବେ ପଦାକୁ ଆସିଛି । ଠାବ ହୋଇଛନ୍ତି ମାଓବାଦୀ । ଓଡିଶା ପୁଲିସ ଓ ପଶ୍ଚିମବଙ୍ଗ ପୁଲିସ ଏକକାଳୀନ ଚଢ଼ାଉ କରି ୨ଜଣଙ୍କୁ ଗିରଫ କରିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଏମାନେ ଚିକିତ୍ସା ଲାଗି ରାଜଧାନୀ ଆସିଥିଲେ । ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ତେବେ ଏନେଇ ସୂଚନା ମିଳିବା ପରେ ସେମାନଙ୍କୁ ଧରାଯାଇଛି । ତେବେ ଏହି ଘଟଣାକୁ ନେଇ ପୁଲିସର ଗୁଇନ୍ଦାଗିରି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୋକେ ଆତଙ୍କିତ ହୋଇପଡିଛନ୍ତି । ମାଓବାଦୀ ମାନେ ବିନ୍ଦାସ ଆସି ରାଜଧାନୀରେ ଟହଲ ମାରୁଥିବା ବେଳେ ଓଡିଶା ପୁଲିସ ଜାଣି ପାରିଲା ନାହିଁ କେମିତି ତାକୁ ନେଇ ଏବେ ସବୁଠି ଆଲୋଚନା ଜୋର ଧରିଛି । ତେବେ ଚିକିତ୍ସିତ ହେବାକୁ ଆସିଥିବା ମାଓବାଦୀର ନାଁ ଅଲିକ ଚକ୍ରବର୍ତ୍ତି ବୋଲି ଜଣାପଡିଛି । ତାଙ୍କୁ ଚିକିତ୍ସା କରିବା ଲାଗି ଆଣିଥିବା ତାଙ୍କ ସହଯୋଗୀଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି । ଅଲିକ ପଶ୍ଚିମବଙ୍ଗର ରେଡଷ୍ଟାରର ମୁଖ୍ୟ ଥିଲେ । ତା’ ନାଁରେ ଏକାଧିକ ମାମଲା ରହିଛି ।