ନୂଆଦିଲ୍ଲୀ((ଏଟିଆର ବ୍ୟୁରୋ):ବିଶ୍ୱର ସବୁଠାରୁ ବଡ଼ ଟେଲିସ୍କୋପ ମଙ୍ଗଳବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଥିବାର ସୂଚନା ମୁଳିଥିଲା । ଆଣ୍ଟେନା ଉପରେ ଟାୱାର ଓ କେବଲ ପଡିଯବା ଫଳରେ ଆଣ୍ଟେନାଟି ପ୍ରାୟ ୪୫୦ ଫୁଟ୍ ତଳକୁ ଗଳିପଡି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା କୁହାଯାଇଛି ।
ବିଶ୍ୱର ସବୁଠାରୁ ବଡ ଏହି ଆଣ୍ଟେନାଟି ମହାକାଶରେ ଏଲିଅନଙ୍କ ସ୍ଥିତି ଓ ଗତିବିଧି ସଂପର୍କରେ ଗବେଷଣା କେନ୍ଦ୍ରକୁ ସୂଚନା ଦେଉଥିଲା । ଆଣ୍ଟେନାଟିର ଅବଜରଗେଟୋରୀଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଫଳରେ ଏଲିଅନ ଓ ଆଣ୍ଟିରଏଡ୍ସ ଉପରେ ମହାକାଶରୁ ଯେଉଁ ତଥ୍ୟ ସଂଗ୍ରହ କରାଯାଉଥିଲା ତାହା ଆଉ ହୋଇପାରିବ ନାହିଁ ।
ଏହି ଆଣ୍ଟିନାରେ ୪୦ ହଜାର ଆଲୁମିନିୟମ ର ପ୍ୟାନେଲ ଲାଗିଛି ।ଆରସିବୋ ଅଭଜରଭେଟେରୀକୁ ତିଆରି କରିବାର ଆଇଡ଼ିଆ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ୱିଲିୟମ୍ ଇ ଗାର୍ଡ଼େନଙ୍କର ହାତ ଥିଲା । ଏବେ ଏହି ଆଣ୍ଟିନା ଭାଙ୍ଗିଯିବା ପରେ ଏଲିଅନର ଗତି ଓ ସ୍ଥିତି ବିଶ୍ୱବାସୀଙ୍କ ପାଇଁ ଅନ୍ଧାରରେ ରହିଯିବା ଭଳି ମନେ ହେଉଛି ।