ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଗୁରୁବାର ସନ୍ଧ୍ୟାରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି । ଏଥିରେ କଙ୍ଗନା ଟ୍ୱିଟର ଆକାଉଣ୍ଟ ଜରିଆରେ ଲଗାତର ଦେଶରେ ଘୃଣା ଖେଳାଉଥିବାର ଅଭିଯାଗ ଲଗାଯାଇଛି ।
ପିଟିସନକର୍ତ୍ତାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନରେ କୁହାଯାଇଛି କି, କଙ୍ଗନାଙ୍କ ଟ୍ୱିଟରେ ଦେଶରେ ଲଗାତର ଘୃଣା ଖେଳାଇବା, ଦେଶଦ୍ରୋହ ଖେଳାଇବାର ଚେଷ୍ଟା ହେଉଛି । ସେହିପରି ପିଟିସିନ ଆହୁରି ମଧ୍ୟ କୁହାଯାଇଛି କି ସୋସିଆଲ ମିଡିଆରେ କଙ୍ଗନା ଏକ ଧର୍ମବିଶେଷକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ।
ଟ୍ୱିଟରରେ ପ୍ରତିକ୍ରିୟା ଦେଇ କଙ୍ଗନା ମାଇକ୍ରୋବ୍ଲଗିଙ୍ଗ ସାଇଟରେ ଲେଖିଛନ୍ତି କି , ଟ୍ୱିଟର ଏକମାତ୍ର ଏଭଳି ମଞ୍ଚ ନୁହେଁ, ଯେଉଁଠି ସେ ତାଙ୍କର ନିଜ ରାୟ ଦେଇପାରିବେ ।
ମୁଁ ଲଗାତର ଭାବେ ଅଖଣ୍ଡ ଭାରତ କଥା କହି ଆସୁଛି । ଖଣ୍ଡ ଖଣ୍ଡ ଗ୍ୟାଙ୍ଗ ସହ ପ୍ରତିଦିନ ଲଢୁଛି । ଆଉ ମୋ ଉପରେ ଦେଶ ବିଭାଜନର ଅଭିଯୋଗ ଲଗାଯାଉଛି ।