ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତରେ କରୋନା ଟିକାର ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର । ଏନେଇ ଡ଼ିସିଜିଆଇ ବା ଡ଼୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆକୁ ଡ଼ିସେମ୍ବର ୪ ତାରିଖରେ ଆବେଦନ କରି ଅନଚମତି ମାଗିଛି ଫାଇଜର ।
ବର୍ତ୍ତମାନ ଇଂଲଣ୍ଡନ ଓ ବାହାରିନରେ ଏହି ଟିକା ବ୍ୟବହାର ପାଇଁ ଅନୁମତି ମିଳିସାରିଛି ।ପ୍ରଥମ ଥର ପାଇଁ ଡ଼ିସିଜିଆଇ ଏ ଭଳି ଅନୁରୋଧ ପାଇଛି । ୨୦୧୯ ନୂଆ ଡ୍ରଗ ଓ କ୍ଲିନିକାଲ ଟ୍ରାଏଲ୍ସ ନିୟମରେ ଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଭାରତବାସୀଙ୍କ ଉପରେ ଏହି ଟିକାର ନୈଦାନିକ ପରୀକ୍ଷଣ ଛାଡ କରିବାକୁ ମଧ୍ୟ ଫାଇଜର ଅନୁମତି ଲୋଡିଛି ।
ଏହି ଟିକା କରୋଦା ଭାଇରସ ବିରୁଦ୍ଧରେ ୯୦% ରୁ ଅଧିକ ଲାଭଦାୟିକ ବୋଲି କୁହାଯାଇଛି । ଭାରତରେ ପରୀକ୍ଷଣ ଲାଗି ଫାଇଜର କିଂବା ତାର ଅଂଶୀଦାର ଆବେଦନ କରି ନ ଥିଲେ ।ଫାଇଜର ଦ୍ୱାରା ନିର୍ମିତ ଏହି ଟିକାକୁ ଗତ ବୁଧବାର ଦିନ ପ୍ରଥମେ ଇଂଲଣ୍ଡରେ ଜରୁରୀକାଳିନ ବ୍ୟବହାର ଲାଗି ଅନୁମତି ମିଳିଥିଲା ।