ମୁମ୍ବାଇ (ଏଟିଆର ବ୍ୟୁରୋ): ସତରେ ବଲିଉଡର ହ୍ୟାଣ୍ଡଶମ ହଙ୍କ ହ୍ରିତିକ୍ ରୋଶନଙ୍କୁ କିଏ ବା ନଜାଣେ । ତାହାସହିତ ତାଙ୍କର ଅଭିନୟ, ଡ୍ୟାନ୍ସ ପାଇଁ ସେ ଆଜି ବି ଦର୍ଶକ ମାନଙ୍କ ମନରେ ରାଜ୍ କରୁଛନ୍ତି । ଆଜିକାଲି ହ୍ରିତିକ ତାଙ୍କର ଆଗାମୀ ଫିଲ୍ମ ‘ସୁପର ୩୦’ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ନିକଟରେ ତାଙ୍କର ଏକ ଫଟୋ ସମ୍ନାକୁ ଆସିଛି ଯାହାକୁ ଚିହ୍ନିବା ମୁଶକିଲ ହୋଇ ପଡିଛି ।
ପାଟନାରେ ଆନନ୍ଦ କୁମାରଙ୍କ ଉପରେ ତିଆରି କରାଯାଉଥିବା ଫିଲ୍ମ ପାଇଁ ହ୍ରିତିକ୍ ଙ୍କୁ ବହୁତ ପରିଶ୍ରମ କରିବାକୁ ପଡୁଛି । ସେ ଆନନ୍ଦ କୁମାରଙ୍କ ଭଳି ଦେଖାଯିବା ପାଇଁ ନିଜ ଶରୀର ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ଏହାସହିତ କେଶ ଏବଂ ଦାଢୀ ବଢେଇକି ସେ ସମ୍ପୂର୍ଣ୍ଣ ଆନନ୍ଦ କୁମାରଙ୍କ ଭଳି ଦିଶୁଛନ୍ତି ।
ଆନନ୍ଦ କୁମାରଙ୍କ ବାୟୋପିକ ପାଇଁ ହ୍ରିତିକ ଏଭଳି ଲୁକରେ ନଜର ଆସିଛନ୍ତି, ଯାହାକୁ ଚିହ୍ନିବା ମୁଶକିଲ ହୋଇପଡିଛି । ତାଙ୍କର ଏହି ଫଟୋଟି ସୁଟିଂ ସେଟ୍ ର ବୋଲି ଜାଣିବାକୁ ମିଳିଛି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ହ୍ରିତିକ୍ ଏକ ବିହାରି ଚରିତ୍ରରେ ନଜର ଆସିବେ । ତାଙ୍କ ପତ୍ନୀ ଭୂମିକାରେ କୁମକୁମ ଭାଗ୍ୟର ମୃଣାଳ ଠାକୁରଙ୍କୁ ଦେଖିବାକୁ ପାଇବେ ଦର୍ଶକ ।
ବିକାଶ ବହଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସାଜିଦ ନାଡିୟାଡୱାଲାଙ୍କ ପ୍ରଡକ୍ସନ ହାଉସ ଦ୍ୱାରା ପ୍ରସ୍ତୁତ ଫିଲ୍ମ ‘ସୁପର ୩୦’ ଆଗାମୀ ବର୍ଷ ପରଦାରେ ମୁକ୍ତଲାଭ କରିବ ।