ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅପଣ ଯେତେବେଳେ କୌଣସି ଝିଅକୁ ନିଜର ପ୍ରେମିକା କରିବାକୁ ଯାଉଛନ୍ତି । ସେତେବେଳେ ତାଙ୍କର ଭଲ ଅଭ୍ୟାସ ସହିତ ଖରାପ ଅଭ୍ୟାସକୁ ମଧ୍ୟ ସ୍ୱୀକାର କରୁଛନ୍ତି । ଏହାସହିତ ସଂପର୍କରେ କେଉଁ କଥା କହିବା ଉଚିତ୍ ଏବଂ ଅନୁଚିତ୍ ସେଥି ପ୍ରତି ମଧ୍ୟ ଧ୍ୟାନ ଦେଉଥିବେ । ଭଲ ସଂପର୍କରେ ଏଭଳି କରିବା ନିହାତି ଜରୁରୀ । ନଚେତ ସଂପର୍କରେ ଫାଟକ ସୃଷ୍ଟି ହୋଇପାରେ । ତେବେ ଆସନ୍ତୁ ଜାଣିବା ଝିଅମାନଙ୍କ ଏଭଳି ଗୁଣ ଅଛି ଯାହାକୁ ଅବହେଳା କରିବା ଦ୍ୱାରା ଭବିଷ୍ୟତରେ ଅନେକ ସମସ୍ୟା ଉପୁଜିବାର ଆଶଙ୍କା ଥାଏ ।
– ଯଦି କୌଣସି ଝିଅ କଥା କଥାରେ ମିଛି କହୁଛନ୍ତି, ତେବେ ସେଭଳି ଝିଅଙ୍କ ଠାରୁ ଦୂରେଇ ରୁହନ୍ତି । ଭବିଷ୍ୟତରେ ଏହି ଝିଅ ଧୋକା ଦେଇ ପାରନ୍ତି ।
– ଯଦି ଆପଣଙ୍କ ପ୍ରେମିକା ପ୍ରତି କଥାରେ ଟଣ୍ଟ ମାରୁଥାନ୍ତି ତାହାଲେ ତାଙ୍କର ଏଭଳି ଅଭ୍ୟାସକୁ ଛଡାନ୍ତୁ । ନହେଲେ ବିବାହ ପରେ ଆପଣଙ୍କୁ ପ୍ରତି କଥାରେ ଟଣ୍ଟ ମାରିବେ । ଯାହାଫଳରେ ଆପଣଙ୍କ ଆତ୍ମ ସମ୍ମାନକୁ ବାଧିବ ।
– ଯେଉଁ ଝିଅ ସର୍ବଦା ନିଜ ପ୍ରେମିକ ସହିତ ଅନ୍ୟକୁ ତୁଳନା କରିଥାନ୍ତି, ସେହି ଅଭ୍ୟାସ ଆତ୍ମ ବିଶ୍ୱାସ ଭାଙ୍ଗିବାର ହୋଇଥାଏ । ଏଭଳି ଝିଅ ଜୀବନରେ କଦାପି ଆଗକୁ ଯିବାକୁ ଦେବେନି ।
– ଯେଉଁ ଝିଅ ପ୍ରତି କଥାରେ ଖିଟପିଟ ହେବା ସହ ଜାସୁସ କରିଥାନ୍ତି । ଏହାଦ୍ୱାରା ସଂପର୍କରେ ଅସୁବିଧା ଦେଖାଦେଇଥାଏ ।
– ଯେଉଁ ଝିଅ ନିଜ ପ୍ରେମିକଙ୍କ ସୁବିଧା ଅସୁବିଧା ନଦେଖି ବାରମ୍ବାର ଖର୍ଚ୍ଚାନ୍ତ କରାଉଥିବେ ସେମାନେ ଭବିଷ୍ୟରେ କେବେ ବିଶ୍ୱସ୍ତ ହୋଇପାରିବେ ନାହିଁ । ଏଭଳି ଝିଅ ମଉକା ମିଳିବା ମାତ୍ରେ ଧୋକା ଦେଇ ଛାଡି ପଳାଇବେ ।