ମୁମ୍ବାଇ (ଏଟିଆର ବ୍ୟୁରୋ):ବଲିଉଡର ବର୍ଷିଆନା ଅଭିନେତ୍ରୀ ଶ୍ରୀଦେବୀ ସିନା ଆମା ମାନଙ୍କ ଗହଣରେ ନାହାନ୍ତି । କିନ୍ତୁ ତାଙ୍କ ବଡ ଝିଅ ଜାହ୍ନବୀ କପୁର ମା’ଙ୍କର ସମସ୍ତ ସ୍ୱପ୍ନ ପୂରଣ କରିବ ପାଇଁ ଚେଷ୍ଟା କରୁଛନ୍ତି । ଜାହ୍ନବୀ ଫିଲ୍ମ ‘ଧଡକ’ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମର ସୁଟିଂ ଶେଷ ହୋଇ ଯାଇଛି । ଏହି ସବୁ ଭିତରେ ଜାହ୍ନବୀ ଏକ ସାକ୍ଷାତକାରରେ ନିଜର ମନ ପସନ୍ଦର ଅଭିନେତାଙ୍କ ବିଷୟରେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ମୋ ଫେବରାଇଟ ଅଭିନେତା ହେଉଛନ୍ତି ରାଜକୁମାର ରାଓ ।
ଜାହ୍ନବୀଙ୍କ କହିବାର ଥିଲା କି, ଯେବେ ସେ ରାଜକୁମାର ରାଓଙ୍କ ଫିଲ୍ମ ବରେଲୀ କି ବର୍ଫି ଦେଖିଥିଲେ ସେବେଠାରୁ ସେ ତାଙ୍କର ଦିୱାନୀ ହୋଇଛନ୍ତି । ଏବଂ ତାଙ୍କର ଆଟେନସନ୍ ପାଇବା ପାଇଁ ସେ ରାଜକୁମାରଙ୍କ ସମସ୍ତ ଇଂଷ୍ଟା ପୋଷ୍ଟରେ କଂମେଟ କରିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ‘ଜାଣିନି ଏହା କହିବାଟା ମୋ ପାଇଁ ଠିକ୍ ହେବ କି ନାହିଁ , କିନ୍ତୁ ‘ବରେଲୀ ବର୍ଫି’ ଦେଖିବା ପରେ ମୁଁ ଚାହୁଁଥିଲି ରାଜକୁମାର ମୋତେ ନୋଟିସ୍ କରନ୍ତୁ ସେଥିପାଇଁ ମୁଁ ତାଙ୍କର ସମସ୍ତ ପୋଷ୍ଟରେ କଂମେଟ ଦେଇଥିଲି । ସେ ଏକମାତ୍ର ସଦସ୍ୟ ଯାହା ସହିତ ମୁଁ ଫଟୋ ଉଠାଇବାକୁ ଚାହୁଁଥିଲି’ ।
ଏହାସହିତ ଜାହ୍ନବୀ ଧନୁଷ, ଆଲିଆ ଭଟ୍ଟ ଏବଂ ନବାଜୁଦ୍ଦିନ ସିଦ୍ଦିକଙ୍କ ଅଭିନୟ ପସନ୍ଦ କରନ୍ତି ବୋଲି କହିଥିଲେ ।