ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପ୍ରତି ବର୍ଷ ଡିସେମ୍ବର ୨୩ ତାରିଖକୁ କୃଷକ ଦିବସ ରୂପେ ପାଳନ କରାଯାଏ । ଭାରତର ୫ମ ପ୍ରଧାନମନ୍ତ୍ରୀ ଚୈାଧୁରୀ ଚରଣ କୃଷି କ୍ଷେତ୍ରରେ ସୁଧାର ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । କିନ୍ତୁ ଦୁଖର ବିଷୟ ହେଉଛି କି ଆଜି କୃଷକ ଦିବସରେ ନିଜର ହକ ପାଇଁ ରାଜରାସ୍ତାରେ ବସିଛନ୍ତି ଅନ୍ନଦାତା ।
ଏହି ଦିବସକୁ ଭାରତ ସରକାର ୨୦୦୧ ରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ପାଳନ କରି ଆସୁଛି । କୃଷିପ୍ରଧାନ ରାଜ୍ୟ ଉତ୍ତରପ୍ରଦେଶ , ପଞ୍ଜାବ , ହରିଆଣା , ଓ ମଧ୍ୟପ୍ରଦେଶ ରେ ବେଶ ଭଲ ରୂପେ ପାଳିତ ହୋଇଥାଏ । ସାରା ବିଶ୍ୱରେ ଆମ ଦେଶ ଦ୍ୱିତୀୟ ବୃହତ୍ତମ କୃଷି ଅର୍ଥର୍ନୈତିକ ଦେଶ ରୂପେ ପରିଚିତ ।
କେନ୍ଦ୍ର ସରକାରଙ୍କ ୩ ଟି ନୂଆ କୃଷି ଆଇନ ବିରୋଧରେ ଅନ୍ନଦାତା ମାସେ ହେଲା ଆନ୍ଦୋଳନ ଚଳାଇଥିବା ବେଳେ ବିଭିନ୍ନ ସୀମାରେ ପ୍ରବଳ ଥଣ୍ଡାରେ ରାସ୍ତାରେ ବସି ଧାରଣା ଦେଉଥିବା ବେଳେ ଅନେକ ଚାଷୀଙ୍କ ଜୀବନ ମଧ୍ୟ ଚାଲିଯାଇଛି । କିନ୍ତୁ ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରୁ ନାହିଁ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସଂ କୃଷି ଦିବସରେ ସମସ୍ତ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କୃଷକ ମାନେ ଖୁବ ଶୀଘ୍ର ଆନ୍ଦୋଳନରୁ ଓହରିଯିବେ ବୋଲି ରାଜନାଥ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।