ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଦେଶରେ କରୋନା ଟିକା ଦେବା ଲାଗି ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆସନ୍ତା ଜାନୁଆରୀରୁ ମାସରୁ କରୋନା ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।ଆଜିଠାରୁ ପଞ୍ଜାବ , ଆନ୍ଧ୍ରପ୍ରଦେଶ , ଆସାମ , ଏବଂ ଗୁଜୁରାଟରେ ଅଭ୍ୟାସ ପ୍ରକିୟା ଆରମ୍ଭ କରାଯିବ ।
ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏନେଇ ପ୍ରଶିକ୍ଷଣ ଦିଆଯାଇଛି ।ରାଜ୍ୟର ଦୁଇଟି ଜିଲ୍ଲାରେ ଏହି ଡ୍ରାଇରନ କରାଯିବ । ପ୍ରତି ଜିଲ୍ଲାରେ ୫ ଟି ଲେଖାଏଁ ସ୍ଥାନରେ ଦୁଇଦିନ ଧରି ଡ୍ରାଏରନ କରାଯିବ । ଏଥିରେ କାହାକୁ ଟିକା ଦିଆଯିବ ଏନେଇ ଲୋକଙ୍କ ଡାଟା ନିଆଯାଇ କୋ-ୱିନ ମୋବାଇଲ ଆପରେ ଅପଲୋଡ କରାଯିବ ।
କୋଭିଡ ଟିକାକରଣ ପାଇଁ ସାରାଦେଶରେ ୭ ହଜାରରୁ ଅଧିକ ଜିଲ୍ଲାସ୍ତରୀୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ତେଣୁ ଟିକାକରଣ ପୁର୍ବରୁ ଦିଆଯାଇଥିବା ପ୍ରଶିକ୍ଷଣ ଅନୁସାରେ କିଭଳି କାମ ହେଉଛି ତାକୁ ଅନୁଧ୍ୟାନ କରିବାକୁ ଚାହୁଛନ୍ତି କେନ୍ଦ୍ରସରକାର ।