ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ) :ବିଗ୍ ବସ୍ ୧୩ର ଲୋକପ୍ରିୟ ପ୍ରତିଯୋଗୀ ହେଲେ ସିଦ୍ଧାର୍ଥ ଶୁକ୍ଲା ଏବଂ ସେହେନାଜ କୌର ଗିଲ୍ । ସୋ’ ଶେଷ ହେବା ପରେ ମଧ୍ୟ ସେମାନେ ଲାଇମ୍ ଲାଇଟରେ ରହୁଛନ୍ତି କେବେ ତାଙ୍କ ଲାଇଭ୍ ସେସନ୍କୁ ନେଇ ତ କେବେ ତାଙ୍କ ଗୀତକୁ ନେଇ । ଏବେ ପୁଣିଥରେ ଏହି ସିଦନାଜ ଯୋଡି ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଛି ।ଏକ ନୁଆଗୀତର ସୁଟିଂ ପାଇଁ ଯାଉଥିବା ସମୟରେ ଦୁଇ ଜଣଙ୍କୁ ଏକା ସାଙ୍ଗେ ଏୟାରପୋର୍ଟ ଠାରେ ଦେଖିବାକୁ ମିଳିଥିଲା ।
ସୂଚନାନୁସାରେ ସିଦ୍ଧାର୍ଥ ଏବଂ ସେହେନାଜ ନିଜର ଆଗାମୀ ମ୍ୟୁଜିକ ଭିଡିଓର ସୁଟିଂ ପାଇଁ ଗୋଆ ଯାଉଛନ୍ତି । ଏହି ଗୀତଟିକୁ ଶ୍ରେୟା ଘୋସାଲ୍ ଗାଇଛନ୍ତି । ଏହି ଗୀତଟି ଭାଲେଣ୍ଟାଇନ୍ ଡେ ସମୟରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି । ଏହି ଗୀତର ସୁଟିଂ ଦୁବାଇରେ ହୋଇଥାନ୍ତା କିନ୍ତୁ କୋଭିଡ୍-୧୯ କାରଣ ରୁ ଏହା ଏବେ ଗୋଆରେ ହେବାକୁ ଯାଉଛି ।
ଶେଷଥର ପାଇଁ ଏହିଯୋଡିକୁ ଏକା ସାଙ୍ଗେ ଟୋନି କକ୍କରଙ୍କ ସୋନା ସୋନା ଗୀତରେ ଦେଖିବାକୁ ମିଳିଥିଲା । ଦୁଇ ଜଣଙ୍କୁ ଛତ୍ରପତି ଶିବାଜୀ ମହାରାଜା ଇଣ୍ଟର୍ ନ୍ୟାସନଲ୍ ଏୟାରପୋର୍ଟ ଠାରେ ଦେଖିବାକୁ ମିଳିଥିଲା । ଏଥିରେ ସିଦ୍ଧାର୍ଥ ଏକ ମେରୁନ୍ କଲର ଟ୍ରାକ୍ ସୁଟ୍ ପିନ୍ଧିଥିବା ବେଳେ ସେହେନାଜ ଏକ କଳା ରଙ୍ଗର ସ୍ଲିଭଲେସ୍ ଡସ୍ଟର ଜ୍ୟାକେଟ ପିନ୍ଧିଥିଲେ । ଏହି ଫଟୋଟି ଦେଖିବା ମାତ୍ରେ #SidNazzInGoa ଟ୍ୱିଟରରେ ଟ୍ରେଣ୍ଡିଙ୍ଗ୍ ହେବାରେ ଲାଗିଛି ।