ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନ୍ତିମ ପର୍ଯ୍ୟାୟରେ ପହଁଚିଛି ବିଗ୍ ବସ୍ ୧୪ । ଆସନ୍ତାକାଲି ହେବ ଗ୍ରାଣ୍ଡଫିନାଲେ । ଘରେ ୫ ଜଣ ପ୍ରତିଯୋଗୀ ରୁବିନା ଦିଲାଇକ, ରାହୁଲ ବୈଦ୍ୟ, ଅଲ୍ଲୀ ଗୋନୀ,ନିକ୍କୀ ତମ୍ବୋଲି ଏବଂ ରାକ୍ଷୀ ସାୱନ୍ତ ଅଛନ୍ତି । ଗତ ୱିକେଣ୍ଡକାୱାର ଏପିସୋଡରେ ସଲମାନ ଖାଁ କହିଥିଲେ କି ଗ୍ରାଣ୍ଡଫିନାଲେ ପୂର୍ବରୁ ଏହି ୫ ପ୍ରତିଯୋଗୀ ମଧ୍ୟରୁ କେହି ଜଣେ ଫିନାଲେ ୱିକ ମଝିରେ ଏଭିକ୍ଟ ହେବେ । କିନ୍ତୁ ଏପର୍ଯ୍ୟନ୍ତ ଏଭଳି ହୋଇନାହିଁ ।
କିନ୍ତୁ ଆଜି ଜଣେ ଘରୁ ବାହାରକୁ ଯାଇ ପାରନ୍ତି ବୋଲି କୁହାଯାଉଛି । ଯଦି ଆଜି କେହି ଜଣେ ଏଭିକ୍ଟ ହୁଅନ୍ତି ତେବେ ଗ୍ରାଣ୍ଡଫିନାଲେରେ କେବଳ ୪ ଜଣ ପ୍ରତିଯୋଗୀ ଭାଗ ନେବେ । ବର୍ତ୍ତମାନ ଘରେ ଥିବା ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଭୋଟିଙ୍ଗ ପ୍ରକ୍ରିୟା ଚାଲିଛି । ରବିବାର ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଭୋଟିଙ୍ଗ ଲାଇନ୍ସ ଖୋଲା ରହିବ ।
ଏବେ ସମୂର୍ଣ୍ଣ ଅଡିଆନ୍ସଙ୍କ ଉପରେ ନିର୍ଭର କିଏ ଏଥରକ ବିଗବସ୍ ତାଜ୍ ପିନ୍ଧିବ । କାହା ହାତକୁ ଯିବ ବିଗବସ୍ ଟ୍ରଫି ଏବଂ କିଏ ପାଇବ ୱିନିଙ୍ଗ ଆମାଉଣ୍ଟ ।
ସୂଚନାଯୋଗ୍ୟ, ପ୍ରତ୍ୟେକବର୍ଷ ଭଳି ଏଥରକ ମଧ୍ୟ ୱିନିଙ୍ଗ ଆମାଉଣ୍ଟ । ଅବଶ୍ୟ ସ୍ପଷ୍ଟ ହୋଇନାହିଁ କି ୱିନରଙ୍କୁ ସେତିକି ଟଙ୍କା ମିଳିବ କି ତାଠାରୁ କମ ମିଳିବ ।
ଅନ୍ୟପଟେ ପରେ ମେକର୍ସ ଘୋଷଣା କରିଛନ୍ତି କି , ୱିନିଙ୍ଗ ଆମାଉଣ୍ଟ ୫୦ ଲକ୍ଷ କରାଯିବ । କିନ୍ତୁ ଏଥିପାଇଁ ଏକ ଟାସ୍କ ପୁରା କରିବାକୁ ହେବ । ଏହାପରେ ଆହୁରି ମଧ୍ୟ କୁହାଯାଉଛି କି ବିଗବସ୧୪ ର ଟ୍ରଫି ସହିତ ୫୦ ଲକ୍ଷ ଟଙ୍କାର କ୍ୟାଶ ମିଳିବ । ହୁଏତ ଏହି କ୍ୟାଶ ପ୍ରାଇଜରୁ ଜିଏସଟି ମଧ୍ୟ କଟିବ । ଏହାପରେ ୪୫ ଲକ୍ଷ ଟଙ୍କା ହୋଇଯିବ ।