ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧବାରର ସ୍ୱାମୀ ହେଉଛନ୍ତି ବୁଧ ଗ୍ରହ । ଯିଏ ବୁଦ୍ଧି, ବିବେକ, ସଂଚାର, ବାଣୀ ଆଦିର କାରକ । ବୁଧବାର ଦିନ ଗଜାନନଙ୍କ ପୂଜା ଏବଂ ବୁଧ ଗ୍ରହର ଶାନ୍ତି ଉପାୟ କରିବା ଦ୍ୱାରା ଜାତକରେ ବୁଧଗ୍ରହ ମଜବୁତ ହୋଇଥାଏ । ଏହାସହିତ ଜାତକରେ ସମସ୍ତ ସମସ୍ୟା ଦୂର ହୋଇଥାଏ । କିନ୍ତୁ କିଛି କାର୍ଯ୍ୟ ରହିଛି ଯାହାକୁ ଭୁଲ୍ ରେ ବି ବୁଧବାର ଦିନ କରିବା ଉଚିତ୍ ନୁହେଁ । ନଚେତ୍ ଜାତକରେ ସମସ୍ୟା ଆହୁରୀ ବଢିଯାଇଥାଏ ।
ବୁଧବାର ଦିନ ଉଦ୍ଧାରରେ ନେଣଦେଣ କରିବା ଶୁଭ ହୋଇନଥାଏ । ଏହାଦ୍ୱାରା ଆର୍ଥିକ ମାମଲାରେ ସଫଳତା ମିଳିନଥାଏ । ସେଥିପାଇଁ ଧ୍ୟାନ ରଖିବା ଉଚିତ୍ କି ଏହିଦିନ କାହାରିଠୁ ଉଦ୍ଧାର ନେବ ନାହିଁ କି କାହାରିକୁ ଉଦ୍ଧାର ଦେବ ନାହିଁ ।
ବାଣୀର କାରକ ହେଉଛନ୍ତି ବୁଧ ଗ୍ରହ । ସେଥିପାଇଁ ବୁଧବାର ଦିନ କଟୁ ବଚନ ପ୍ରୟୋଗ କରିବା ଉଚିତ୍ ନୁହେଁ । କାରଣ ଏହାଦ୍ୱାରା ବୁଧଗ୍ରହ କମଜୋର ହୋଇଯାଇଥାନ୍ତି । ସେଥିପାଇଁ ଏହିଦିନ ଅପଶବ୍ଧ ବ୍ୟବହାର କରନ୍ତୁ ନାହିଁ ।
ନିଜ ଦାମ୍ପତ୍ୟ ଜୀବନକୁ ସୁଖୀ ଏବଂ ପତୀଙ୍କ ଦୀର୍ଘାୟୁ ପାଇଁ ମହିଳାମାନେ ବୁଧବାର ଦିନ କଳା ବସ୍ତ୍ର ବ୍ୟବହାର କରିବା ଉଚିତ୍ ନୁହେଁ ।
ଜ୍ୟୋତିଷଶାସ୍ତ୍ର ଅନୁସାରେ ବୁଧବାର ଦିନ ପଶ୍ଚିମ କୋଣ ଆଡକୁ ଯାତ୍ରା କରିବା ଅଶୁଭ ହୋଇଥାଏ । ସେଥିପାଇଁ ଏହିଦିନ ପଶ୍ଚିମକୋଣ ଆଡକୁ ଯାତ୍ରା କରିବା ଉଚିତ୍ ନୁହେଁ ।
ସେହିପରି ବୁଧବାର ଦିନ ଆର୍ଥିକ ନିବେଶ କରିବା ହାନିକାରକ ହୋଇପାରେ । ଆର୍ଥିକ ହାନିରୁ ରକ୍ଷା ପାଇବା ପାଇଁ ଏହିଦିନ ଭୁଲ୍ ରେ ବି ନିବେଶ କରନ୍ତୁ ନାହିଁ । ନିବେଶ କରିବାର ସବୁଠାରୁ ଭଲ ଦିନ ହେଉଛି ଶୁକ୍ରବାର ।