ପୁରୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ପବିତ୍ର ଅଁଳା ନବମୀ । କରୋନା କଟକଣା କୋହଳ ହେବା ପରେ ଚଳିତବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଅଁଳା ନବମୀ ଅନୁଷ୍ଠିତ ହେବ । ଭକ୍ତଙ୍କୁ ଓଡିଆଣୀ ବେଶରେ ଦର୍ଶନ ଦେବେ ମାତା ରାଧା । ଚଳିତବର୍ଷ ରାଧାପାଦ ଦର୍ଶନ କରିପାରିବେ ଭକ୍ତ ହେଲେ ପାଦ ସ୍ପର୍ଶ କରିପାରିବେ ନାହିଁ ।
ପ୍ରଶାସନ ପକ୍ଷରୁ ରାଧାପାଦ ସ୍ପର୍ଶକୁ ବାରଣ କରାଯାଇଛି । ଅଧିକ ମାତ୍ରାରେ ଭିଡକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।