ସମ୍ବଲପୁର (ଏଟିଆର ବ୍ୟୁରୋ) : ଦୀର୍ଘ ଦିନ ପରେ ଆସନ୍ତାକାଲିଠୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ଖୋଲିବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ମାଙ୍କ ମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।
ମାଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ଦୁଇଟି ପର୍ଯ୍ୟାୟରେ ମନ୍ଦିର ଖୋଲାଯିବ । ପ୍ରଥମ ପର୍ଯ୍ୟାୟ ସକାଳ ୬ଟାରୁ ସାଢେ ୧୧ ଟା ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୩ଟାରୁ ସନ୍ଧ୍ୟା ସାଢେ ୭ଟା ରହିଛି । ସମସ୍ତ କୋଭିଡ ନିୟମ ପାଳନ କରି ମନ୍ଦିର ଭିତରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ । ପ୍ରଥମ ଦିନରେ ମାଙ୍କ ଦର୍ଶନ କେବଳ ସମ୍ବଲପୁରର ଲୋକେ କରିବେ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି ।