ଭୂବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଶୀତ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି ଲାଗି ରହିବ ବୋଲି ଅନୁମାନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟର ବିଭିନ୍ନ ସ୍ଥାନ ତଥା କଟକ,ଯାଜପୁର,ଜଗତସିଂହପୁର, କନ୍ଧମାଳ,ବୈାଦ୍ଧ,ଭଦ୍ରକ,ପୁରୀ,ନୟାଗଡ,ସୁନ୍ଦରଗଡ,ଝାରସୁଗୁଡା ଓ କେନ୍ଦ୍ରାପଡାରେ ମଧ୍ୟ କୁହୁଡି ଦେଖାଯିବାର ସମ୍ଭାବନା ରହିଛି । ରାଜପଥଗୁଡିକରେ ଯାନବାହାନ ଚଳାଚଳ ନେଇ ସତର୍କତା ଅବଲମ୍ଭନ କରାଯାଇଛି ।
ଘନ କୁହୁଡି ନେଇ ଜିଲ୍ଲାଗୁଡିକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ ବିଭାଗ ।ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡିରେ ୯.୦ , କେନ୍ଦୁଝରରେ ୧୦.୫ , ଝାରସୁଗୁଡା ଓ ବଲାଙ୍ଗୀରରେ ୧୧.୬, ଏବଂ କଟକରେ ୧୨.୨ % ରହିଥିବା ବେଳେ ଭୂବନେଶ୍ୱରରେ ୧୪.୫ ଡିଗ୍ରା ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।