ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡର ଖିଲାଡୀ କୁମାର ଅର୍ଥାତ୍ ଅକ୍ଷୟ କୁମାର ପ୍ରତ୍ୟେକ ବର୍ଷ ସବୁଠାରୁ ଅଧିକ ଫିଲ୍ମ କରିଥାନ୍ତି । ତାଙ୍କ ଆୟକୁ ନେଇ ବଡ ବଡ କଳାକାରମାନେ ମଧ୍ୟ ଚର୍ଚ୍ଚା କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଗତ ୬ ବର୍ଷରେ ଅକ୍ଷୟ କୁମାର କେତେ କୋଟି ଟଙ୍କା ଆୟ କରିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ବର୍ଷ କେତେ ଟଙ୍କା ଆୟ କରିଛନ୍ତି ଅକ୍ଷୟ ।
ଗତ ୬ ବର୍ଷରେ ମୋଟ ୧୭୪୪ କୋଟି ଟଙ୍କା ଆୟ କରିଛନ୍ତି ଅକ୍ଷୟ କୁମାର ।
୨୦୨୦- ରେ ମହାମାରୀ କରୋନା ପାଇଁ ପ୍ରାୟତଃ କାମ ବନ୍ଦ ଥିଲା । କିନ୍ତୁ ଏହାପରେ ବି ୨୦୨୦ରେ ଅକ୍ଷୟ କୁମାରଙ୍କ ମୋଟ ଆୟ ୩୫୬.୫୭ ରହିଛି ।
୨୦୧୯- ଏହି ବର୍ଷ ଅକ୍ଷୟ ପାଇଁ ବହୁତ ଭଲ ବର୍ଷ ଥିଲା । କାରଣ ଏହି ବର୍ଷ ତାଙ୍କର ମୋଟ ୫ଟି ଫିଲ୍ମ ରିଲିଜ୍ ହୋଇଥିଲା ଯେଉଁଥିରେ କେସରୀ, ବ୍ଲାକ, ମିଶନମଙ୍ଗଳ, ହାଉସଫୁଲ୪ ଏବଂ ଗୁଡନ୍ୟୁଜ୍ ସାମିଲ ରହିଛି । ଏହି ବର୍ଷ ମୋଟ ୪୫୯.୨୨ କୋଟି ଟଙ୍କା ଆୟ କରିଥିଲେ ଅକ୍ଷୟ ।
୨୦୧୮- ଏହି ବର୍ଷ ମଧ୍ୟ ଅକ୍ଷୟଙ୍କ ପାଇଁ ସାନ୍ଦାର ଥିଲା । ଏହି ବର୍ଷ ତାଙ୍କର ଗୋଲ୍ଡ, ୨.୦,ପ୍ୟାଡମ୍ୟାନ ଏବଂ ସିମ୍ବା ରିଲିଜ୍ ହୋଇଥିଲା । ଏଥିରେ ସେ ମୋଟ ୨୭୭.୦୬ କୋଟି ଆୟ କରିଥିଲେ ।
୨୦୧୭- ଏହି ବର୍ଷ ଅକ୍ଷୟଙ୍କ ତିନୋଟି ଫିଲ୍ମ ତଥା ଜଲି ଏଲଏଲବି୨, ନାମ ଶବାନା ଏବଂ ଟଏଲେଟ ଏକ ପ୍ରେମ କଥା ରିଲିଜ୍ ହୋଇଥିଲା । ଏଥିରେ ସେ ମୋଟ ୨୩୧.୦୬ କୋଟି ଟଙ୍କା ଆୟ କରିଥିଲେ ।
ସେହିପରି ୨୦୧୬ ରେ ୨୧୧.୫୮ କୋଟି ଟଙ୍କା, ୨୦୧୫ରେ ୨୦୮.୪୨ କୋଟି ଟଙ୍କା ଆୟ କରିଥିଲେ ଅକ୍ଷୟ । ଆମେରିକାର ବିଜନେସ୍ ମ୍ୟାଗାଜିନ୍ ଫୋର୍ବ୍ସ ରେ ଅକ୍ଷୟଙ୍କ ୬ ବର୍ଷର ଆୟ ତାଲିକା ଜାରି କରାଯାଇଛି ।