ଭୂବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଆଉ କିଛି ଦିନ ମଧ୍ୟରେ କରୋନା ଟୀକା ପହଞ୍ଚିବ ବୋଲି କହିଛନ୍ତି ଡା. ସିବିକେ ମହାନ୍ତି । ସେ କହିଛନ୍ତି ରାଜ୍ୟରେ ୧୦ ଦିନ ମଧ୍ୟରେ ଟୀକା ପହଞ୍ଚିବା ମାତ୍ରେ ତାର ୨ ଦିନ ମଧ୍ୟରେ ଟୀକା ପ୍ରଦାନ କରାଯିବ । କରୋନା ଟୀକା ଆସିବା ପରେ ତାହାକୁ ଷ୍ଟେଟ ଭ୍ୟାକ୍ସିନ ଷ୍ଟୋରରେ ରଖାଯିବ । ଓ ପରେ ବିଭିନ୍ନ ଜିଲ୍ଲାରେ ଥିବା ଭ୍ୟାକ୍ସିନ ଷ୍ଟୋର କୁ ପଠାଯିବ ।
ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଟୀକା ଦିଆଯିବ । ପ୍ରଥମ କରୋନା ଟୀକା କରୋନା ଯୋଦ୍ଧାଙ୍କୁ ପ୍ରଦାନ କରାଯିବ । ଓ ପରେ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁସାରେ ଅନ୍ୟମାନଙ୍କୁ ଦିଆଯିବ । ୨ ଟି ଡୋଜରେ ଏହି ଟିକାକରଣ ଦିଆଯିବ । ପ୍ରଥମ ଡୋଜ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ ।
କରୋନା ଟୀକା ନେବା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ ବୋଲି ସରକାର ପୁର୍ବରୁ ଘୋଷଣା କରିଥିଲେ । ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ଟୀକା ନେବା ପାଇଁ ସେମାନଙ୍କୁ ଟୀକା ପ୍ରଦାନ କରାଯିବ ଓ ଯେଉଁମାନେ ନ ଚାହିଁବେ ସେମାନଙ୍କୁ ଟୀକା ନେବା ପାଇଁ ବାଧ୍ୟ କରାଯିବ ନାହିଁ ବୋଲି କହିଛନ୍ତି ଡା. ସିବିକେ ମହାନ୍ତି । ଟୀକା ନେବା ନିଜ ଇଚ୍ଛାଧୀନ ଅଧିକାର ।
ରାଜ୍ୟକୁ କରୋନା ଟୀକା କେବେ ଆସିବ ଏ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଜାରି ରହିଥିବା ବେଳେ ଆସନ୍ତା ୧୩ ତାରିଖ ସୁଦ୍ଧା ଦେଶରେ ଟୀକା କରଣ ହେବ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦୁଇଟି ଟୀକା ଦେଶରେ ବିକଶିତ ହେଇଥିବା ବେଳେ ଗୋଟେ ହେଇଛି ସିରମ ଇନଷ୍ଟିଚ୍ୟୁଟର କୋଭିସିଲଡ ଟୀକା ଓ ଅନ୍ୟଟି ହୋଉଛି ଭାରତ ବାୟୋଟେକର କୋଭାକ୍ସିନ ଟୀକା ।